ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ୍ କମ୍ପାନିରେ ଆଜି ବି ଆୟକର ଚଢ଼ଉ

Advertisment
ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ୍ କମ୍ପାନିରେ ଆଜି ବି ଆୟକର ଚଢ଼ଉ

କାମାକ୍ଷାନଗର: ଆଜି ବି ଦ୍ବିତୀୟ ଦିନରେ ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଅନ୍ତର୍ଗତ ମାଛିଆ ଗ୍ରାମରେ ଥିବା ଶକ୍ତି ମଲ୍ଟଏୟାର ଆଣ୍ଡ ଲିମୋନେଡ୍ କମ୍ପାନିରେ ଆଇଟି ବିଭାଗ ପକ୍ଷରୁ ଚଢ଼ଉ ଜାରି ରହିଛି।ଟିକସ ଫାଙ୍କି ଅଭିଯୋଗରେ ଏଠାରେ ଆୟକର ଚଢ଼ଉ କରାଯାଉଛି।
ଗତକାଲି ଏଠାରେ ଚଢ଼ଉରେ ଆଇଟି ବିଭାଗର ଦୁଇଟି ଟିମ୍ ସାମିଲ ହୋଇଥିଲେ। ବିନା ଅନୁମତିରେ ଉକ୍ତ ବେସରକାରୀ କମ୍ପାନି ଆଲ୍କୋହଲ୍ ଓ ନନ୍ ଆଲ୍କୋହଲ୍ ପାନୀୟ ପ୍ରସ୍ତୁତ କରିବା ଓ ଏ ନେଇ ଟିକସ ଫାଙ୍କିବା ଅଭିଯୋଗ ପରେ ଏହି ଚଢ଼ଉ କରାଯାଇଥିବା କୁହାଯାଇଛି। ୨୦୧୨ ମସିହାରୁ ମାଛିଆ ଗ୍ରାମରେ ଶକ୍ତି ମଲ୍ଟଏୟାର୍ ଆଣ୍ଡ ଲିମୋନେଡ୍ ପ୍ରାଇଭେଟ୍ ଲିମିଟେଡ୍ କାମ କରୁଛି। ଉକ୍ତ କମ୍ପାନିକୁ ସରକାରୀସ୍ତରରେ ମୁଖ୍ୟତଃ ଚାରୋଟି କାମ ପାଇଁ ଅନୁମତି ମିଳିଛି। ସେଗୁଡ଼ିକ ହେଲା ବ୍ଲିଣ୍ଡିଂ, ବଟଲିଂ, ଡିଷ୍ଟ୍ରିବ୍ୟୁସନ୍ ଓ ସେଲିଂ। ତେବେ ଏଠାରେ ବାହାରୁ ସ୍ପିରିଟ୍ ଅଣାଯାଇ ଆଲକୋହଲ୍ ଓ ନନ୍ ଆଲ୍କୋହଲ୍ ପାନୀୟ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଏପରିକି ଏସବୁ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ବିକ୍ରି କରାଯାଉଥିଲା।

publive-image
ଉକ୍ତ ବେସରକାରୀ କମ୍ପାନି ଦୀର୍ଘ ଦିନ ହେବ ଟିକସ୍ ଫାଙ୍କି ଆସୁଥିବା ଅଭିଯୋଗ ପରେ ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟାରେ ଆଇଟି ବିଭାଗର ଦୁଇଟି ଦଳ ମାଛିଆ ଗ୍ରାମସ୍ଥିତ ଉକ୍ତ କମ୍ପାନିର ଏକ ଫ୍ୟାକ୍ଟ୍ରିରେ ଚଢ଼ଉ କରିଥିଲେ। ସେଠାରେ ଆଇଟି ବିଭାଗ ପକ୍ଷରୁ କମ୍ପାନିର ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଥିଲା। ତେବେ ଏ ସଂପର୍କରେ ଉକ୍ତ କମ୍ପାନି ଓ ଆଇଟି ବିଭାଗ ମୁହଁ ଖୋଲି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe