ନିଶ୍ବାସ ପ୍ରଶ୍ବାସ ନେବା ବି କଷ୍ଟକର ହେବ: ସୁବାସିନୀ

ଜଣେ ସୁସ୍ଥ ମଣିଷ ପାଇଁ ଦୈନିକ ୫୫୦ ଲିଟର ଅମ୍ଳଜାନ ଆବଶ୍ୟକ। ଏବେ ବିଶ୍ବ‌ରେ ବାର୍ଷିକ ପ୍ରାୟ ୧୫ ହଜାର କୋଟିରୁ ଅଧିକ ଗଛ କଟାଯାଉଛି। ଯାହା ପରିବେଶ ଉପରେ ଗଭୀର ପ୍ରଭାବ ପକାଉଛି।

fshfshhfsbxv

ବାଲେଶ୍ବର/ବସ୍ତା:  ଜଣେ ସୁସ୍ଥ ମଣିଷ ପାଇଁ ଦୈନିକ ୫୫୦ ଲିଟର ଅମ୍ଳଜାନ ଆବଶ୍ୟକ। ଏବେ ବିଶ୍ବ‌ରେ ବାର୍ଷିକ ପ୍ରାୟ ୧୫ ହଜାର କୋଟିରୁ ଅଧିକ ଗଛ କଟାଯାଉଛି। ଯାହା ପରିବେଶ ଉପରେ ଗଭୀର ପ୍ରଭାବ ପକାଉଛି। ଆଗାମୀ ଦିନରେ ଆମେ ନିଶ୍ବାସ ପ୍ରଶ୍ବାସ ନେବା ବି କଷ୍ଟକର ହେବ। ତେଣୁ ଆମକୁ ବ୍ୟାପକ ବୃକ୍ଷରୋପଣ କରିବାକୁ ପଡ଼ିବ।  ‘ସମ୍ବାଦ’ ପକ୍ଷରୁ ବାଲେଶ୍ବର ଜିଲ୍ଲା ବସ୍ତା ନିର୍ବାଚନମଣ୍ଡଳୀର କଟିପୋଲ ପ୍ରିନ୍ସ କଲ୍ୟାଣମଣ୍ଡପରେ ଅନୁଷ୍ଠିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଧାୟିକା ସୁବାସିନୀ ଜେନା ଏହା କହିଛନ୍ତି।  

ବିଧାୟିକା ଶ୍ରୀମତୀ ଜେନା ପରିବେଶର ସୁରକ୍ଷା ଲାଗି ସଭିଏଁ ଗଛ ଲଗାଇ ନିଜ ପିଲାପରି ଯତ୍ନନେବାକୁ ପରାମର୍ଶ ଦେଇଥିଲେ। ବସ୍ତା- ବାଲିଆପାଳରେ ପରି‌ବେଶ ସୁରକ୍ଷା କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିସହିତ, ପ୍ଲାଷ୍ଟିକ୍‌ ବର୍ଜ୍ୟ ବର୍ତ୍ତମାନ ସମୟରେ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ପ୍ରଶାନ୍ତ ମହାସାଗର ଆଜି ପ୍ଲାଷ୍ଟିକ୍‌ ଆବର୍ଜନ କାରଣରୁ ବିପଦରେ ରହିଛି। ତେଣୁ ପ୍ଲାଷ୍ଟିକ୍‌ର ସୀମିତ ବ୍ୟବହାର ଲାଗି ମଧ୍ୟ ବିଧାୟିକା ପରାମର୍ଶ ‌ଦେଇଥିଲେ।  କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପରିବେଶବିତ୍‌ ସୁମନ୍ତ ଜେନା ପରିବେଶ ବିଗିଡ଼ିବା କାରଣରୁ ୬ ଋତୁ ଆଉ ଅନୁଭବ ହେଉନଥିବାରୁ ଉଦ୍‌ବେଗ ପ୍ରକାଶ କରିବା ସହିତ ବୃକ୍ଷରୋପଣ ଲାଗି ଆହ୍ବାନ ଦେଇଥିଲେ। ସାଂସଦଙ୍କ ବସ୍ତା ପ୍ରତିନିଧି ପ୍ରଦୀପ କୁମାର ପଣ୍ଡା କହିଥିଲେ, ଯେଉଁହାରରେ ଗଛ କଟାଚାଲିଛି, ଆଗକୁ ଆମକୁ ଅକ୍ସିଜେନ ସିଲିଣ୍ଡର ଧରି ବୁଲିବା ପରିସ୍ଥିତି ଆସିବ। ବସ୍ତା ସମ୍ବାଦ ସାହିତ୍ୟଘର ସଭାପତି ସୁଧାଂଶୁ ଜେନା କହିଥିଲେ, ପ୍ରକୃତି ଉପରେ ଅତ୍ୟାଚାର ବନ୍ଦ ନହେଲେ ଜୀବଜଗତ ତିଷ୍ଠିବା କଷ୍ଟକର। ସମାଜସେବୀ ମହାଦେବ ଦାସ ପରିବେଶ ଉପରେ ଗଭୀର ପ୍ରଭାବ ପଡ଼ୁଥିବାରୁ  ସମସ୍ତ ଋତୁ ଆଉ ଅନୁଭବ ହେଉନଥିବା କହିଥିଲେ।

ବାଲିଆପାଳ ସାହିତ୍ୟଘର ସଭାପତି ଝାଡ଼େଶ୍ବର ପ୍ରଧାନ ଜଙ୍ଗଲ କଟା ରୋକିବାକୁ ପରାମର୍ଶ ଦେବା ସହିତ ଜଙ୍ଗଲୀ ଜୀବଜନ୍ତୁ ହତ୍ୟା ବନ୍ଦ କରିବାକୁ ସରକାର କଠୋର ପଦକ୍ଷେପ ନେବାକୁ ଆହ୍ବାନ ଦେଇଥିଲେ।  ଅବସରପ୍ରାପ୍ତ ଶିକ୍ଷକ ଦାଶରଥି ରାଉତ ବିକାଶ ପାଇଁ ପରିବେଶକୁ ବଳି ପକାନଯାଉ ବୋଲି କହିଥିଲେ।  ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ଗବେଷକ ସୃଷ୍ଟିଧର ରାଉତ କାଗଜକଲମରେ ଗଛ ନ ଲଗାଇ ବାସ୍ତବରେ ବନ ବିଭାଗ ଗଛ ଲଗାଉ, ନଚେତ ଆମାଗୀ ଦିନରେ ଏହାର କୁଫଳ ଆମକୁ ଭୋଗିବାକୁ ପଡ଼ିବ ବୋଲି ଚେତାଇ ଦେଇଥିଲେ।  ସମାଜସେବୀ ସତ୍ୟନାରାୟଣ ଗୁପ୍ତା କହିଲେ, ପରିବେଶ ସୁରକ୍ଷା ନେଇ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆବଶ୍ୟକ। ପରିବେଶ ନେଇ ସଭିଏଁ ଚିନ୍ତା କରିବା, ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ‘ସମ୍ବାଦ’ ବାଲେଶ୍ବର ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ କାର୍ଯ୍ୟକ୍ରମ‌ରେ ଅଧ୍ୟକ୍ଷତା କରିଥିବା ବେଳେ ବସ୍ତା ବ୍ଲକ୍‌ ପ୍ରତିନିଧି ରବିନାରାୟଣ ଶତପଥୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲା ପ୍ରତିନିଧି ରି‌ତେନ୍ଦ୍ର ଛାଟୋଇ ଧନ୍ୟବାଦ ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe