ରାଜ୍ୟରେ ଆସନ୍ତା ୧୬ ଯାଏ କାଁଭାଁ ବର୍ଷା

Advertisment
ଆଜି ଲଘୁଚାପ, ୮ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

Image Courtesy of NDTV

ଭୁବନେଶ୍ବର: ରାଜ୍ୟରେ ଏବେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ନିଷ୍କ୍ରିୟ ରହିଛି। ମୌସୁମୀଜନିତ ନିମ୍ନ ଚାପରେଖାର ପଶ୍ଚିମ ଭାଗ ହିମାଳୟ ପାଦଦେଶ ଯାଏ ଲମ୍ବିଥିବା ବେଳେ ଏହାର ପୂର୍ବ ଭାଗ ବାହରିଚରୁ ମଣିପୁର ଯାଏ ଲମ୍ବିଛି। ଅନ୍ୟପଟେ ପୂର୍ବ ବିହାର ଉପରେ ଥିବା ଏକ ଟ୍ରଫ୍ ଲାଇନ୍‌ ଏବେ ପଶ୍ଚିମବଙ୍ଗ ଓ ସିକିମ୍‌ ହୋଇ ଉତ୍ତରପଶ୍ଚିମ ବଙ୍ଗୋପସାଗର ଯାଏ ଲମ୍ବିଛି। ଏହାର ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଯାଇଛି। ବିଶେଷ କରି ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ ଓ ଅନୁଗୁଳରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହୋଇଯାଇଛି। ଆସନ୍ତା ୫ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହୁଛି। ଆସନ୍ତକାଲି କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ବର୍ଷା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥିସହ ୧୬ ତାରିଖ ଯାଏ ରାଜ୍ୟରେ ଏହି ଭଳି ଅଳ୍ପ, ବହୁତ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନା ମୁତାବକ, ୧ ଜୁନ୍‌ରୁ ଆଜି ୧୨ ଅଗଷ୍ଟ ପର୍ଯ୍ୟନ୍ତ ରାଜ୍ୟରେ ସର୍ବମୋଟ ୬୫୩.୮ ମିମି ବର୍ଷା ହୋଇଛି। ସାଧାରଣତଃ ଏହି ସମୟ ମଧ୍ୟରେ ରାଜ୍ୟରେ ୬୯୮.୪ ମିମି ବର୍ଷା ହୋଇଥାଏ। ଅର୍ଥାତ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬% ନିଅଣ୍ଟ ବର୍ଷା ରେକର୍ଡ ହେଲାଣି। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ୪ ଜିଲ୍ଲାରେ ଅତି ଅଧିକ ବର୍ଷା ହୋଇଯାଇଛି। ଏଥିସହ ଅବଶିଷ୍ଟ ୧୬ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe