ପାଇକମାଳ: ବରଗଡ଼ ଜିଲ୍ଲା ପାଇକମାଳସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ଏକ ଶିଶୁକନ୍ୟାକୁ ୩ ବର୍ଷ ଧରି ପୋଷ୍ୟ ସନ୍ତାନ ପାଇଁ ଅନଲାଇନ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଇଟାଲିର ଦମ୍ପତିଙ୍କୁ ଅତିରିକ୍ତ ଜିଲ୍ଲାପାଳଦ୍ବୟ ମିର୍ଦ୍ଧା ଟପୋ ଓ ନବୀନ ପଟେଲ ଏବଂ ଉପଜିଲ୍ଲାପାଳ ଶୁଭେନ୍ଦୁ ସାମଲ ହସ୍ତାନ୍ତର କରିଛନ୍ତି। ଏହି ଶିଶୁକନ୍ୟାକୁ ପାଇକମାଳ ଅଂଚଳରୁ ଅସହାୟ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ପାଇକମାଳସ୍ଥିତ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରରେ ରଖାଯାଇଥିଲା। ଶିଶୁକନ୍ୟାକୁ ପୋଷ୍ୟ ଭାବେ ଗ୍ରହଣ କରିବା ସମୟରେ ଇଟାଲି ଦମ୍ପତି ଭାରତର ସଂସ୍କୃତି ଏବଂ ପରଂପରା ଆମକୁ ବହୁତ ଭଲ ଲାଗେ ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମଞ୍ଜୁ ଇକ୍କା, ଜିଲ୍ଲା ଶିଶୁ ମଂଗଳ ସମିତି ଅଧ୍ୟକ୍ଷ ବିଦ୍ୟୁତ ଦାଶ, ଅଣ ଆନୁଷ୍ଠାନିକ ଅଧିକାରୀ ଜୟନ୍ତୀ ହିଆଲ ଏବଂ ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ନିର୍ମଳ ଗିରି ଉପସ୍ଥିତ ଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us