ବ୍ରହ୍ମପୁର : ଠିକାଦାରଙ୍କ ଅମାନତ ଜମା ରାଶି ଫେରସ୍ତ ପାଇଁ ଫାଇଲ୍ କାମ କରିବାକୁ ଲାଞ୍ଚ ନେଇ ଭିଜିଲାନ୍ସ୍ ହାତରେ ଧରାପଡ଼ିଥିଲେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ମୁଖ୍ୟ କିରାଣି ବସନ୍ତ କୁମାର ପାଣି। ବାଲିଗୁଡ଼ା ସ୍ଥିତ ତାଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ଉ କରିଥିଲା। ଯାଞ୍ଚ ପରେ ସେହି ଘରୁ ୧୩.୨୫ ଲକ୍ଷ ଟଙ୍କା ଜବତ ହୋଇଥିବା ବ୍ରହ୍ମପୁର ଭିଜିଲାନ୍ସ ଏସ୍.ପି. ତ୍ରିଲୋଚନ ସ୍ବାଇଁ ସୂଚନା ଦେଇଛନ୍ତି। ମୁଖ୍ୟ କିରାଣି ପାଣିଙ୍କୁ ଗତକାଲି ଗିରଫ କରାଯାଇ ଫୁଲବାଣୀ ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଛି
ଆଇଟିଡିଏ କିରାଣି ଗିରଫ
Advertisment
Follow Us