ଆଇଟିଡିଏ ତରଫରୁ ପାଣି ପମ୍ପସେଟ୍ ବଣ୍ଟନ

ମାଲକାନଗିରି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ କାର୍ଯକ୍ରମ ମାଧ୍ୟମରେ ଜନଜାତି ଜୀବିକା ପରିଷଦର ହିତାଧିକାରୀମାନଙ୍କୁ ୬୪ଟି ପେଟ୍ରୋଲ ପମ୍ପସେଟ୍ ବଣ୍ଟନ କରାଯାଇଛି...

Mkg ITDA distrubute water pump

Mkg ITDA distrubute water pump Photograph: (sambad.in)

ମାଲକାନଗିରି: ମାଲକାନଗିରି ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ତରଫରୁ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିସନ କାର୍ଯକ୍ରମ ମାଧ୍ୟମରେ ଜନଜାତି ଜୀବିକା ପରିଷଦର ହିତାଧିକାରୀମାନଙ୍କୁ ୬୪ଟି ପେଟ୍ରୋଲ ପମ୍ପସେଟ୍ ବଣ୍ଟନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ପଡିଆ, ଚିତ୍ରକୋଣ୍ଡା, ମାଥିଲି ଓ ଖଇରପୁଟ ବ୍ଲକର ଅଗ୍ରଣୀ ଆଦିବାସୀ ଚାଷୀମାନେ ଯୋଗ ଦେଇଥିଲେ।

ପ୍ରକଳ୍ପ ପ୍ରଶାସକ ହଳଧର ଶବର ଏହି ବଣ୍ଟନ କାର୍ଯ୍ୟକ୍ରମରେ ସଭାପତିତ୍ବ କରିଥିଲେ। ମାଲକାନଗିରି ବିଧାୟକ ନରସିଂହ ମାଡ଼କାମି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ହିତାଧିକାରୀମାନଙ୍କୁ ପମ୍ପସେଟ୍ ବଣ୍ଟନ କରିଥିଲେ।

ଅଧିକ ପଢ଼ନ୍ତୁ: ମାଓ ଡମ୍ପ୍ ଠାବ: ବିସ୍ଫୋରକ ସହ ବନ୍ଧୁକ ଜବତ

ଆଇଟି଼ଡିଏର ପ୍ରକଳ୍ପ ପରିଚାଳକ ବିଶ୍ଵନାଥ ମିଶ୍ର ଅତିଥିଙ୍କୁ ସ୍ବାଗତ କରିବାସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିଥିଲେ। ବିଷୟବସ୍ତୁ ବିଶେଷଜ୍ଞ ପ୍ରଗତି ପାଣିଗ୍ରାହୀ,ଜଗନ୍ନାଥ ଖିଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବ୍ଲକ ଜୀବିକା ବିଶେଷଜ୍ଞ ଦେବବ୍ରତ ସରକାର, ଅଭିମନ୍ୟୁ ନାୟକ, ଭାବଗ୍ରାହୀ ବଳ ପ୍ରମୁଖ ସହଯୋଗ କରିଥିଲେ।

ଓଡ଼ିଶା କୃଷି ଶିଳ୍ପ ନିଗମ ମାଲକାନଗିରିର କର୍ମଚାରୀ ପାଣି ପମ୍ପସେଟ୍‌ର ବ୍ୟବହାର ବିଷୟରେ ବୈଷୟିକ ଜ୍ଞାନ ପ୍ରଦାନ କରିଥିଲେ।  ଏଭଳି ଅଭିନବ କାର୍ଯ୍ୟକ୍ରମ ଓ ସହାୟତା ପାଇଁ ସମସ୍ତ ହିତାଧିକାରୀ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ।

ଅଧିକ ପଢ଼ନ୍ତୁ: ମଧ୍ୟପ୍ରଦେଶ : ଭୁଶୁଡ଼ିଲା ଭୂତଳ କୋଇଲା ଖଣିର ଛାତ, ୩ ମୃତ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe