Sabyasachi and Archita: ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା: ହସ୍ପିଟାଲରୁ ଆସିଲା ଖୁସି ଖବର, 'କାଳିଆ ଆସିଲା' କହିଲେ ସବ୍ୟସାଚୀ...

Advertisment

ଖୁସି ଖବର ଦେଲେ ଓଲିଉଡର ଷ୍ଟାର ଦମ୍ପତ୍ତି । ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା । ପୁତ୍ର ସନ୍ତାନର ବାପା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ମାଆ ହେଲେ ଅଭିନେତ୍ରୀ ଅର୍ଚ୍ଚିତା...

ଖୁସି ଖବର ଦେଲେ ଓଲିଉଡର ଷ୍ଟାର ଦମ୍ପତ୍ତି । ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା । ପୁତ୍ର ସନ୍ତାନର ବାପା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ମାଆ ହେଲେ ଅଭିନେତ୍ରୀ ଅର୍ଚ୍ଚିତା...

New Project (35)

SABYARCHITA Photograph: (sambad.in)

ଭୁବନେଶ୍ୱର: ଖୁସି ଖବର ଦେଲେ ଓଲିଉଡର ଷ୍ଟାର ଦମ୍ପତ୍ତି । ବାପା-ମାଆ ହେଲେ ସବ୍ୟାର୍ଚ୍ଚିତା । ପୁତ୍ର ସନ୍ତାନର ବାପା ହେଲେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ମାଆ ହେଲେ ଅଭିନେତ୍ରୀ ଅର୍ଚ୍ଚିତା । ପୁଅ ହେଇଥିବା ନେଇ ସୋସିଆଲ ମିଡିଆରେ ସୂଚନା ଦେଇ ଖୁସି ଜାହିର କରିଛନ୍ତି ସବ୍ୟସାଚୀ । ଏଥିସହ କାଳିଆ ଆସିଲା... ବୋଲି କହିଛନ୍ତି । ତାଙ୍କ କୁନି ପୁଅକୁ ଆଶୀର୍ବାଦ କରିବାକୁ ସେ ସମସ୍ତଙ୍କୁ ପ୍ରାର୍ଥନା କରିଛନ୍ତି ।

ତେବେ ଆଜି ସଞ୍ଜରେ ନୂଆ ଅତିଥି ଆସିବା ନେଇ ସୁରାକ ଦେଇଥିଲେ ସବ୍ୟସାଚୀ । ଏକ ମେସେଜରେ କିଛି ପଠାଉଥିବାର ଏକ ସଂକ୍ଷିପ୍ତ ସୂଚନା ଦେଇଥିଲେ ବି ସେହି ବାର୍ତ୍ତା ଯେ ତାଙ୍କ ବାପା ହେବାର ଖୁସି- ତାହା ଏବେ ସ୍ପଷ୍ଟ ହୋଇଛି । 

WhatsApp Image 2026-01-22 at 21.31.17
new born baby Photograph: (sambad.in)

ତେବେ ଡିସେମ୍ବର ୧୪ରେ ଓଲିଉଡର ଷ୍ଟାର ଦମ୍ପତ୍ତି ସବ୍ୟାର୍ଚ୍ଚିତା ଖୁବ ଶୀଘ୍ର ନୂଆ ଅତିଥିକୁ ସ୍ୱାଗତ କରିବାକୁ ଯାଉଛନ୍ତି ବୋଲି ଏକ ପୋଷ୍ଟ କରିଥିଲେ । ଉଭୟ ଏହି ଖୁସି ଖବରକୁ ସେମାନଙ୍କ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବଶୀଘ୍ର ବାପା-ମା ହେବାକୁ ଯାଉଛନ୍ତି ବୋଲି ସୋସିଆଲ ମିଡିଆରେ ସେବେ କହିଥିଲେ । ଆଉ ଏହାପରେ ତାଙ୍କୁ ଶୁଭେଚ୍ଛା ଛୁଟିଥିବା ବେଳେ ଏବେ ବାପା-ମାଆ ହେବା ପରେ ଦୁହିଁଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।  

କେବେ ବାହାଘର ହୋଇଥିଲା ? 

ଉଲ୍ଲେଖ ଥାଉ କି ଅର୍ଚ୍ଚିତା-ସବ୍ୟସାଚୀଙ୍କ ବାହାଘର ୨୦୨୧ ମାର୍ଚ୍ଚ ମାସରେ ରାଜସ୍ଥାନର ଏକ ବିଳାସମୟ ରିସୋର୍ଟରେ ହୋଇଥିଲା | ଦୀର୍ଘଦିନ ଧରି ଉଭୟଙ୍କ ଭିତରେ ଭଲପାଇବାକୁ ନେଇ ଚର୍ଚ୍ଚା ହେଉଥିଲା। ଶେଷରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇ ସାତ ଜନମର ସାଥୀ ହୋଇଥିଲେ ସବ୍ୟସାଚୀ ଓ ଅର୍ଚ୍ଚିତା।

କିଏ କେବେ ଆରମ୍ଭ କରିଥିଲେ କ୍ୟାରିୟର ?

ସବ୍ୟସାଚୀ-ଅର୍ଚ୍ଚିତା ଯୋଡିଙ୍କର ପ୍ରଥମ ସିନେମା ହେଲା ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ମୁଁ ସପନର ସୌଦାଗର’ । ଅବଶ୍ୟ ଏହା ପୂର୍ବରୁ ୨୦୦୫ ମସିହାରେ ‘ଓ ମାଇଁ ଲଭ’ ଫିଲ୍ମ ମାଧ୍ୟମରେ ଓଲିଉଡରେ ପାଦ ଦେଇଥିଲେ ଅର୍ଚ୍ଚିତା। ପରେ ପରେ ୨୦୦୭ରେ ପାଗଳ ପ୍ରେମୀ ସିନେମା ମାଧ୍ୟମରେ ଓଲିଉଡ ଦୁନିଆରେ ପାଦ ଥାପିଥିଲେ ସବ୍ୟସାଚୀ ମିଶ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe