It's expensive to go feed the cattle: Farmer's life lost in thunderstorm Photograph: (sambad.in )
ବିନିକା: ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଳକ କୁହିବାହାଳ ଗ୍ରାମ ପଞ୍ଚାୟତର ପଧାନପାଲି ଗ୍ରାମରେ ଅଭାବନୀୟ ଘଟଣା ଘଟିଛି। ବୁଧବାର ଦିନ ଅପରାହ୍ନ ପ୍ରାୟ ସାଢ଼େ ଗୋଟାଏ ସମୟରେ ବଜ୍ରପାତ ହେବାରୁ ଜଣଙ୍କ ଜୀବନ ଯାଇଛି।
ଚାଷୀ ରାଜୀବ ପଧାନ(୩୬) ଗୋରୁମାନଙ୍କୁ ଘାସ ଦେବାକୁ ଯାଇଥିଲା ବେଳେ ବଜ୍ରପାତ ହେବାରୁ ଗୁରୁତର ହୋଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ଚିକିତ୍ସା ଲାଗି ଡୁଙ୍ଗୁରିପାଲି ଡାକ୍ତରଖାନାକୁ ନେଇ ଥିଲେ।
ତେବେ ସେଠାରେ ଡାକ୍ତର ରାଜୀବଙ୍କୁ ମୃତ ଘୋଷଣା କରିଥିବା କୁହିବାହାଲ ସରପଞ୍ଚ ସୁଦାମ ପଧାନ ସୁଚନା ଦେଇଛନ୍ତି। ରାଜୀବଙ୍କର ୩ ମାସର ଶିଶୁକନ୍ୟା ଅଛନ୍ତି।
ଅଧିକ ପଢ଼ନ୍ତୁ: ୭ ଦିନ ମଧ୍ୟରେ ଦିବ୍ୟାଙ୍ଗଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଅ: ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ
ଖବର ପାଇ ଡୁଙ୍ଗୁରିପାଲି ଡାକ୍ତରଖାନାରେ ରାମପୁର ପୁଲିସ ପହଞ୍ଚି ପଞ୍ଚନାମା କରିବା ସହିତ ବିନିକା ଡାକ୍ତରଖାନାକୁ ଶବ ବ୍ୟବଚ୍ଚେଦ ପାଇଁ ପଠାଇଥିବା ଜଣାପଡ଼ିଛି। ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଅଧିକ ପଢ଼ନ୍ତୁ: ପାରାଙ୍କୁ ଦାନା ଖୁଆଇ ତଣ୍ଡ ଗଣିଲେ ଭାରତୀୟ ମହିଳା
Subarnapur | Accident | thunderstorm
Follow Us