Advertisment

ଅନ୍‌ଲାଇନ୍‌ରେ ଖେଳ କାଳ ହେଲା: ଜୀବନ ହାରିଲେ ଯୁବକ

Advertisment

ଧାର୍‌କରଜ କରି ୬ ଲକ୍ଷ ହରାଇଥିଲେ

ଧାର୍‌କରଜ କରି ୬ ଲକ୍ଷ ହରାଇଥିଲେ

ବିଲ ମଝିରୁ ଅଜଣା ବୃଦ୍ଧଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

ରଣପୁର: ଏବେ ଅନ୍‌ଲାଇନ୍‌ ଖେଳ ଯୁବପିଢ଼ିଙ୍କୁ ବେଶ୍‌ ଆକୃଷ୍ଟ କରିଛି। ଅନେକ ସମୟରେ ଏହି ଖେଳକୁ ନେଇ ବହୁ ଘଟଣା ଦୁର୍ଘଟଣା ଘଟି ଚାଲିଥିବା ଦେଖିବାକୁ ମିଳୁଛି। ଏଭଳି ଏକ ଅଘଟଣ ରଣପୁର ବ୍ଲକ୍‌ ଗୋପାଳପୁର ପଞ୍ଚାୟତ ଅଧୀନ ଅନ୍ଧାରୁଆ-ନଛିପୁର ଗାଁରେ ଦେଖିବାକୁ ମିଳିଛି। ଗାଁର ଜଣେ ଯୁବକ ଅନଲାଇନ୍‌ ଖେଳରେ ସର୍ବସ୍ୱାନ୍ତ ହୋଇ ଆତ୍ମହତ୍ୟା କରିଛନ୍ତି। ଖବର ନେବାରେ ଜଣାପଡ଼ିଛି, ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ ଅନ୍ଧାରୁଆ-ନଛିପୁର ଗାଁର ବଳଭଦ୍ର ବରାଡ଼ଙ୍କ ପୁଅ ଶିବପ୍ରସାଦ ବରାଡ଼ (୨୫) ଜଣେ ମେଧାବୀ ଛାତ୍ର ଭାବେ ଅଞ୍ଚଳରେ ବେଶ୍‌ ଜଣାଶୁଣା ଥିଲେ। ଶିବ ବିଏଡ୍‌, ସିଟି ଶେ‌ଷ କରିବା ସାଙ୍ଗକୁ ବୈଷୟିକ ଶିକ୍ଷା କମ୍ପ୍ୟୁଟର ପାଠ ମଧ୍ୟ ପଢ଼ିଥିଲେ। କିନ୍ତୁ ଚାକିରି ଅନ୍ୱେଷଣରେ ଥିବା ଶିବ ହଠାତ୍‌ ଅନଲାଇନ୍‌ ଖେଳ ପ୍ରେମରେ ପଡ଼ିଯାଇଥିଲେ। ଏହି ଖେଳରେ ଲକ୍ଷ ଲକ୍ଷ ଟଙ୍କା ବାଜି ଲଗାଇ ଚାଲିଥିଲେ ଏବଂ ୬ ଲକ୍ଷ ଟଙ୍କା ଉଦ୍ଧାର କରଜ କରି ସର୍ବସ୍ୱାନ୍ତ ହୋଇପଡ଼ିଥିଲେ। ଘରଲୋକେ ୫ ଲକ୍ଷ ଟଙ୍କା ପରିଶୋଧ କରିଥିଲେ ହେଁ ପୁଣି ୧ ଲକ୍ଷ ଟଙ୍କା ଉଦ୍ଧାରରେ ବୁଡ଼ି ରହିଥିଲା ବେଳେ ଶିବ ହତାଶ ହୋଇ ଗତ ଗୁରୁବାର ସନ୍ଧ୍ୟାରେ କେଉଁ ଆଡ଼େ ଚାଲିଯାଇଥିଲେ। ଘର ଲୋକେ ନିଜ ବନ୍ଧୁବାନ୍ଧବଙ୍କ ଘର ସମେତ ଚାରିଆଡ଼ ଖୋଜାଖୋଜି କରି ନିରାଶ ହୋଇପଡ଼ିଥିଲେ। କିନ୍ତୁ ଆଜି ସକାଳେ ସେହି ଗାଁର କାଜୁଜଙ୍ଗଲକୁ ପତ୍ର ସଂଗ୍ରହ କରିବା ଉଦ୍ଦେଶ୍ୟରେ ଜନୈକ ବୃଦ୍ଧ ଯାଇଥିବା ବେଳେ କାଜୁ ଗଛରେ ଶିବଙ୍କ ଝୁଲନ୍ତା ଶରୀର ଦେଖିଥିଲେ। ଶିବଙ୍କ ପରିବାର ଲୋକେ ଥାନାରେ ଜଣାଇବା ପରେ ପୁଲିସ ଶବ ଜବତ କରିଥିଲା ସୂଚନାଯୋଗ୍ୟ ଯେ ତିନି ବର୍ଷ ତଳେ ଗୋପାଳପୁର ପଞ୍ଚାୟତ ପଥରପୁଞ୍ଜି ଗାଁର ନିରଞ୍ଜନ ଷଡ଼ଙ୍ଗୀଙ୍କ ପୁଅ ମନୋରଞ୍ଜନ ଷଡ଼ଙ୍ଗୀ (୧୯) ମଧ୍ୟ ଅନ୍‌ଲାଇନ୍‌ ଗେମ୍‌ରେ ସର୍ବସ୍ୱାନ୍ତ ହୋଇ ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe