ନିୟମଗିରିରୁ ହାତୀଦାନ୍ତ, ରାୟଗଡ଼ାରୁ ବାଘଛାଲ ଜବତ: ଜଣେ ଗିରଫ, ୫ ଅଟକ

Advertisment

ବନ୍ୟଜନ୍ତୁଙ୍କ ଶିକାର ଓ ଶରୀରର ଅବଶେଷ ବିକ୍ରିର ପେଣ୍ଠସ୍ଥଳ ପାଲଟିଛି ରାୟଗଡ଼ା ଜିଲ୍ଲା। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରୁ ଦୁଇଟି କଲରାପତରିଆ ଛାଲ ଏବଂ ଦୁଇଟି ହାତୀଦାନ୍ତ ଜବତ ହୋଇଛି।

ବନ୍ୟଜନ୍ତୁଙ୍କ ଶିକାର ଓ ଶରୀରର ଅବଶେଷ ବିକ୍ରିର ପେଣ୍ଠସ୍ଥଳ ପାଲଟିଛି ରାୟଗଡ଼ା ଜିଲ୍ଲା। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରୁ ଦୁଇଟି କଲରାପତରିଆ ଛାଲ ଏବଂ ଦୁଇଟି ହାତୀଦାନ୍ତ ଜବତ ହୋଇଛି।

tiger skin

ରାୟଗଡା/ମୁନିଗୁଡ଼ା: ବନ୍ୟଜନ୍ତୁଙ୍କ ଶିକାର ଓ ଶରୀରର ଅବଶେଷ ବିକ୍ରିର ପେଣ୍ଠସ୍ଥଳ ପାଲଟିଛି ରାୟଗଡ଼ା ଜିଲ୍ଲା। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରୁ ଦୁଇଟି କଲରାପତରିଆ ଛାଲ ଏବଂ ଦୁଇଟି ହାତୀଦାନ୍ତ ଜବତ ହୋଇଛି। ଚଢ଼ଉ ପାଇଁ ଯାଇଥିବା ବନ ବିଭାଗ ଟିମ୍‌ ଉପରକୁ ମାଫିଆ ଗୁଳି ଚଳାଇବା ସହ ଗାଡ଼ି ଭଙ୍ଗାରୁଜା କରିଥିବା ଜଣାପଡ଼ିଛି। ସୂଚନା ଅନୁସାରେ, ହାତୀଦାନ୍ତ ଡିଲ୍‌ ପାଇଁ ୩ଦିନ ହେଲା ଯୋଗାଯୋଗରେ ରହିଥିଲେ ମାଫିଆ। କୌଣସି ସୂତ୍ରରୁ ଏହି ସୂଚନା ଏସ୍‌ଟିଏଫ୍‌ ଏବଂ ମୁନିଗୁଡ଼ା ବନ ବିଭାଗକୁ ଖବର ମିଳିଥିଲା। ମାଫିଆଙ୍କୁ ଟ୍ରାକିଂ କରି ଗତକାଲି ମୁନିଗୁଡ଼ା ବ୍ଲକ୍‌ର କରଡ଼ାବନ୍ଧ ଗାଁ ନିକଟରୁ ୨ସନ୍ଦିଗ୍ଧଙ୍କୁ ଉଠାଇ ଆଣିଥିଲା। ପଚରାଉଚରା ପରେ ହାତୀଦାନ୍ତ କାରବାର ପଛର ମାଫିଆଙ୍କ ସୁରାକ ମିଳିଥିଲା। ଏହାପରେ ନିୟମଗିରି ଅଞ୍ଚଳର ଗୋଟିଏ ଗାଁରେ ଅତର୍କିତ ଚଢ଼ଉ କରିଥିଲେ। ଦୁଇଟି ଟ୍ରଲି ବ୍ୟାଗ୍‌ରେ ଦାନ୍ତ ଚାଲାଣ ପାଇଁ ରଖାଯାଇଥିଲା ବେଳେ ତାହାକୁ ଜବତ କରିଥିଲେ। ବ୍ୟବସାୟରେ ଲିପ୍ତ ୩ଜଣଙ୍କୁ ମଧ୍ୟ ଧରିଥିଲେ।

ବନ ବିଭାଗ ଟିମ୍‌ ଉପରକୁ ମାଫିଆଙ୍କ ଗୁଳିମାଡ଼
ଜଣେ ଗିରଫ, ୫ ଅଟକ

ଦୁଇଟି ଟିମ୍‌ ଏହି ଚଢ଼ଉରେ ସାମିଲ ହୋଇଥିଲେ। ତେବେ ଜବତ ହାତୀଦାନ୍ତ ଏବଂ ସାଥୀଙ୍କୁ ମୁକୁଳାଇବା ପାଇଁ ମାଫିଆ ଅତର୍କିତ ଗୁଳି ଚଳାଇବା ଆରମ୍ଭ କରିଥିଲେ। ବନ ବିଭାଗର ଗୋଟିଏ ଗାଡ଼ିରେ ୪ଟି ଗୁଳି ବାଜିଛି। ସୌଭାଗ୍ୟବଶତଃ କେହି ମୃତାହତ ହୋଇନାହାନ୍ତି। ସେହିପରି ଅନ୍ୟ ଗୋଟିଏ ଗାଡ଼ିକୁ ମାଫିଆ ଭଙ୍ଗାରୁଜା କରିଛନ୍ତି। ଏ ନେଇ ମୁନିଗୁଡ଼ା ଥାନାରେ ବନ ବିଭାଗ ଏତଲା ଦେଇଛି। ୫ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। କେଉଁ ଅଞ୍ଚଳରେ ହାତୀ ଶିକାର କରି ମାଫିଆ ଦାନ୍ତ ସଂଗ୍ରହ କରିଛନ୍ତି ସ୍ପଷ୍ଟ ହୋଇପାରିନି। ସେହିପରି ଆଜି ସକାଳେ ରାୟଗଡ଼ା ସହରସ୍ଥିତ ଶିବମ ସୁନ୍ଦରମ ଲଜ୍‌ରେ ଦୁଇଟି କଲରାପତରିଆ ବାଘଛାଲ ବିକ୍ରି ପାଇଁ ଯୋଜନା ଚାଲିଥିଲା। ବିଶ୍ବସ୍ତ ସୂତ୍ରରୁ କଟକ ବନ ବିଭାଗ ( ଡିସିଏଫ୍‌) ଭିଜିଲାନ୍‌ସର ରଜନୀ କୁମାର ମହାନ୍ତିଙ୍କ ସହିତ ୮ଜଣିଆ ଟିମ ଏବଂ ରାୟଗଡ଼ା ସଦର ରେଞ୍ଜର ୬ଜଣିଆ ଟିମ୍‌ ମିଳିତ ଭାବେ ଚଢ଼ଉ କରିଥିଲେ। ରାୟଗଡ଼ା ବ୍ଲକ୍‌ ଜମାଦେଇପେଣ୍ଠ ପଞ୍ଚାୟତ ପ୍ରେମନଗର ଅଞ୍ଚଳର ରେଡି କୌଶଲ୍ୟାକୁ ଗିରଫ କରିବା ସହିତ ଦୁଇଟି ଛାଲ ଜବତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe