ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜାଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

ଠିକାଦାରଙ୍କଠାରୁ ଲାଞ୍ଚ ନେବା ବେଳେ ଭିଜାଲାନ୍ସ ହାତରେ ଧରାପଡ଼ିଲେ କନିଷ୍ଠ ଯନ୍ତ୍ରୀ

କାଶୀନଗର: ବିଲ୍ କରାଇ ଦେବା ପାଇଁ ଜଣେ ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜାଲାନ୍ସ ହାତରେ ଧରାପଡିଛନ୍ତି କାଶୀନଗର ଏନଏସିର କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁ। ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟ।ଳୟ ଏବଂ କାଶୀନଗର ସ୍ଥିତ ଭଡାଘରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଗଜପତି ଜିଲ୍ଲା କାଶୀନଗର ଏନଏସିର ୧୧ ନମ୍ବର ବାରକ୍ଡରେ ହୋଇଥିବା ସିସି ରୋଡ କାମ ବାବଦର ବିଲ୍ କରାଇବା ପାଇଁ କନିଷ୍ଠ ଯନ୍ତ୍ରୀ ନରେନ୍ଦ୍ର କୁମାର ସାହୁ ଠିକାଦାର କେ.ତେଜେଶ୍ବର ରାଓଙ୍କ ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ପୂର୍ବରୁ ଡିଏସପି ଶରତ ସାହୁଙ୍କ ନେତୃତ୍ବରେ ଛକି ରହିଥିବା ଭିଜିଲାନ୍ସ ଟିମ୍ କାବୁ କରିନେଇଥିଲେ। ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ୩୦ ହଜାର ଟଙ୍କା ଜବତ କରିଛି। ଏହାପରେ ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟ।ଳୟ ଏବଂ କାଶୀନଗର ସ୍ଥିତ ଭଡାଘରେ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe