ହାତୀଙ୍କଠାରୁ ସୁରକ୍ଷା ଦେବ ଜ୍ୟାକେଟ୍‌!

Advertisment
ହାତୀଙ୍କଠାରୁ ସୁରକ୍ଷା ଦେବ ଜ୍ୟାକେଟ୍‌!

ଅନୁଗୁଳ : ଜଙ୍ଗଲ ଛାଡ଼ି ଜନବସତି ମୁହାଁ ହୋଇଛନ୍ତି ହାତୀ। ଏଥିପାଇଁ ଅନୁଗୁଳ ଜିଲ୍ଲାରେ ହାତୀ ମଣିଷ ଲଢ଼େଇ ବଢ଼ି ବଢ଼ି ଚାଲିଛି। କେବଳ ବନ୍ତଳା ଅଞ୍ଚଳରେ ୫ ମାସ ଭିତରେ ୧୨ ଜଣଙ୍କୁ ଚକଟି ମାରିଲେଣି ହାତୀ। ହାତୀ ଆକ୍ରମଣରୁ ରକ୍ଷା ପାଇବା ପାଇଁ ବନବିଭାଗ ଓ ଅଞ୍ଚଳବାସୀ ବାଟ ଖୋଜୁଥିଲାବେଳେ ଜଣେ ଶିକ୍ଷକ ସୌମେନ୍ଦ୍ର ଡାଙ୍ଗ ପ୍ରସ୍ତୁତ କରିଛନ୍ତି ଏକ ସ୍ବତନ୍ତ୍ର ଜ୍ୟାକେଟ୍। ଏହି ଜ୍ୟାକେଟ୍‌ ହାତୀ ଆକ୍ରମଣରୁ ମଣିଷକୁ ସୁରକ୍ଷା ଦେବ ବୋଲି ସେ ଦାବି କରିଛନ୍ତି।

ସୌମେନ୍ଦ୍ର ଅନୁଗୁଳ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ବିଜ୍ଞାନ ଶିକ୍ଷକ। ସେ ପ୍ରସ୍ତୁତ କରିଥିବା ଜ୍ୟାକେଟ୍‌ରେ ଏକ ବ୍ୟାଟେରି ରହିବା ସହ ଇଲେକ୍ଟ୍ରିକ୍‌ ସର୍କିଟ୍‌ ରହିଛି। ଏହି ଜ୍ୟାକେଟ୍‌ ପିନ୍ଧିବା ସମୟରେ ହାତୀ ଆକ୍ରମଣ କରିବାକୁ ଉଦ୍ୟମ କଲେ ହାତୀକୁ ବିଦ୍ୟୁତ୍‌ ଆଘାତ ଲାଗିବ। ଏଥିରେ ହାତୀର କୌଣସି କ୍ଷତି ହେବନି। ମାତ୍ର ଝଟ୍‌କା ଯୋଗୁ ସେ ମଣିଷକୁ ଆକ୍ରମଣ କରିବାକୁ ସେ ଡରିବ। ହାତୀ ପ୍ରବଣ ଅଞ୍ଚଳରେ ରାତିରେ ଜରୁରି କାମରେ ଘରୁ ବାହାରୁଥିବା ବ୍ୟକ୍ତି ଏହି ଜ୍ୟାକେଟ୍‌ ପିନ୍ଧିଲେ ହାତୀଙ୍କ ପାଖରୁ ସୁରକ୍ଷା ମିଳିବ। ଏହି ଜ୍ୟାକେଟ୍ ପ୍ରସ୍ତୁତ ପାଇଁ ମାତ୍ର ୭୫୦ ଟଙ୍କା ଖର୍ଚ୍ଚ ହେଉଥିଲାବେଳେ ଏହାର ପ୍ରସ୍ତୁତି ପ୍ରଣାଳୀ ଅତି ସହଜ ବୋଲି ଶ୍ରୀ ଡାଙ୍ଗ କହିଛନ୍ତି।

ସେହିପରି, ହାତୀ ଘଉଡ଼ାଇବା ପାଇଁ ସେ ଏକ ସ୍ବତନ୍ତ୍ର ପ୍ରକାରର ଷ୍ଟିକ୍‌ ବାହାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe