ଜାତିଭିତ୍ତିକ ଜନଗଣନା ଆରମ୍ଭ କଲା ଯାଦବ ସଙ୍ଗଠନ

ଜାତିଭିତ୍ତିକ ଜନଗଣନା ଆରମ୍ଭ କଲା ଯାଦବ ସଙ୍ଗଠନ

କଟକ : ଉତ୍କଳ ଯାଦବ ମହାସଭା ଆଜିଠାରୁ ନିଜ ପକ୍ଷରୁ ରାଜ୍ୟରେ ଜାତିଗତ ଜନଗଣନା ଆରମ୍ଭ କରିଛି। ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଏହାକୁ ଶେଷ କରି ତଥ୍ୟ ରଖିବାକୁ ଯୋଜନା କରିଛି। ରାଜ୍ୟରେ ଯାଦବଙ୍କ ସଂଖ୍ୟା ପାଖାପାଖି ୧୮ ପ୍ରତିଶତ ହୋଇଥିଲେ ବି ସେମାନଙ୍କୁ ଉପେକ୍ଷା କରାଯିବା ଏବଂ ଏ ‌କ୍ଷେତ୍ରରେ ସରକାରୀ ନିଷ୍କ୍ରିୟତା ଅଭିଯୋଗ ଆଣି ସଂଗଠନ ଏଭଳି ଅଭିଯାନ ଆରମ୍ଭ କରିଛି। ରାଜ୍ୟର ୩୧୪ଟି ବ୍ଲକ, ୧୦୭ଟି ସହରାଞ୍ଚଳ ଓ ୪ଟି ପୌର ନିଗମରେ ଏହି ଜନଗଣନା କରିବାକୁ ସଂଗଠନ ପକ୍ଷରୁ ଆଜି ଘୋଷଣା କରାଯାଇଛି।

ବାରବାଟୀ ଷ୍ଟାଡିୟମ ଓସିଏ ସମ୍ମିଳନୀ କକ୍ଷରେ ସଂଗଠନର ସଭାପତି ଆଶୀର୍ବାଦ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅଖିଳ ଭାରତ ଯାଦବ ମହାସଭାର ସଭାପତି ଡାକ୍ତର ସପନ କୁମାର ଘୋଷ, ରାଜ୍ୟ କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା, ସଂଗଠନର ରାଜ୍ୟ ମୁଖ୍ୟ ଉପଦେଷ୍ଟା ପୂର୍ବତନ ବିଧାୟକ ଧର୍ମାନନ୍ଦ ବେହେରା, ଯୁବ ଯାଦବ ମହାସଂଘର ରାଷ୍ଟ୍ରୀୟ ସଭାପତି ଇଂଜିନିୟର ପ୍ରଦୀପ କୁମାର ବେହେରା, ରାଜ୍ୟ ସାଧାରଣ ସଂପାଦକ ପ୍ରଦୀପ କୁମାର ବେହେରା ପ୍ରମୁଖ ବକ୍ତବ୍ୟ ରଖି ଯାଦବ ଏବଂ ଓବିସିଙ୍କ ପ୍ରତି ହୋଇଥିବା ଅବହେଳା ସଂପର୍କରେ ବକ୍ତବ୍ୟ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe