ରାଜ୍ୟସ୍ତରରେ ଦିଆଯିବ ଯଦୁମଣି ସମ୍ମାନ

ରାଜ୍ୟସ୍ତରରେ ଦିଆଯିବ ଯଦୁମଣି ସମ୍ମାନ

Wisdomcap

ନୟାଗଡ଼ : ନୟାଗଡ଼ ଜିଲ୍ଲା ତଥା ସାରା ରାଜ୍ୟର ଗୌରବ ଉତ୍କଳଘଣ୍ଟ କବି ଯଦୁମଣି ମହାପାତ୍ରଙ୍କ ନାମରେ ରାଜ୍ୟସ୍ତରରେ ସମ୍ମାନ ପ୍ରଦାନ କରାଯିବ। ଏନେଇ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସ୍ଥାନୀୟ ରୋଟାରି କ୍ଲବ୍‌ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ୨୦୨୨ ମସିହାଠାରୁ ପ୍ରତ୍ୟେକ ବର୍ଷ ମେ ମାସର ପ୍ରଥମ ରବିବାର ବା ବିଶ୍ବ ହାସ୍ୟ ଦିବସ‌ରେ ରାଜଧାନୀ ଭୁବନେଶ୍ବରରେ ଏହି ସମ୍ମାନ ପ୍ରଦାନ କରାଯିବ। ଏଥିରେ ରାଜ୍ୟସ୍ତରରୁ ଜଣେ ଓ ନୟାଗଡ଼ ଜିଲ୍ଲାରୁ ଜଣେ ହାସ୍ୟରସିକ ବା ବ୍ୟଙ୍ଗ କବିଙ୍କୁ ‘ଉତ୍କଳଘଣ୍ଟ ହାସ୍ୟରସିକ ଉପାୟନ’ ପ୍ରଦାନ କରାଯିବ। ରାଜ୍ୟସ୍ତରୀୟ ପ୍ରତିଭାଙ୍କୁ ୨୧ ହଜାର ଟଙ୍କା ଓ ନୟାଗଡ଼ ଜିଲ୍ଲାସ୍ତରର ପ୍ରତିଭାକୁ ୫ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ସଭାପତି ପ୍ରମୋଦ ପଟ୍ଟନାୟକ କହିଛନ୍ତି। କାର୍ଯ୍ୟକାରୀ ସଭାପତି ଡ. ବିଜୟ କୁମାର ଚୌଧୁରୀ, ସମ୍ପାଦକ ନିର୍ମଳଚନ୍ଦ୍ର ଶୂରଦେଓ, ଟ୍ରଷ୍ଟି ପ୍ରଶାନ୍ତ କୁମାର ଦାଶ, ଶେଖ୍‌ ଅବଦୁଲ ଖାଲିକ୍‌, ଇଟାମାଟି ଯଦୁମଣି କ୍ଲବ୍‌ ସଭାପତି ଅଧ୍ୟାପକ ଅଶୋକ କୁମାର ନାୟକ, ଯଦୁମଣିଙ୍କ ବଂଶଧର ‌ରୋହନ ମହାପାତ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe