ଜଗା-ବଳିଆଙ୍କୁ ସଂକ୍ରମଣ ଭୟ!

Advertisment
ଜଗା-ବଳିଆଙ୍କୁ ସଂକ୍ରମଣ ଭୟ!

କଟକ : କରୋନା ସଂକ୍ରମଣର ହଟ୍‌ସ୍ପଟ୍‌ ପାଲଟିଛି କଟକ ବଡ଼ ଡାକ୍ତରଖାନା। ତା’ରି ଭିତରେ ଅଛନ୍ତି ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆ। ବଳିଆର ଚିକିତ୍ସା ଚାଲିଥିବାବେଳେ ଜଗା ବୁଲୁଛି, ଖେଳକୁଦ କରୁଛି। ଏଭଳି ସମୟରେ ସେମାନଙ୍କ ପାଇଁ ଏସ୍‌ସିବି କେ‌ତେ ସୁରକ୍ଷିତ ତାକୁ ନେଇ ଉଠିଛି ପ୍ରଶ୍ନ। ଅନ୍ୟପଟେ ଜଗା-ବଳିଆଙ୍କ ମା’ ବିଭିନ୍ନ ସମୟରେ ଗାଁକୁ ଫେରିଯିବା ପାଇଁ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରି ନିବେଦନ କରୁଛନ୍ତି। କର୍ତ୍ତୃପକ୍ଷ ତାଙ୍କୁ ବୁଝାସୁଝା କରି ଅଟକାଇଛନ୍ତି।

ଫୁଲବାଣୀ ଜିଲ୍ଲା କନ୍ଧମାଳ ଫିରିଙ୍ଗିଆ ବ୍ଲକ୍‌ର ଭୟାଁ କହଁର ଓ ପୁଷ୍ପାଞ୍ଜଳିଙ୍କ ଯୋଡ଼ାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ଅସ୍ତ୍ରୋପଚାର ଦିଲ୍ଲୀ ଏମ୍‌ସରେ ହୋଇଥିଲା। ଇତିମଧ୍ୟରେ ଜଗା-ବଳିଆ ଦିଲ୍ଲୀ ଏମ୍‌ସରୁ ଆସି ଏସ୍‌ସିବିରେ ଭର୍ତ୍ତି ହେବାକୁ ୯ ମାସ ପୂରିଛି। ଦୁହିଁଙ୍କ ମଧ୍ୟରୁ ବଳିଆର ସ୍ବାସ୍ଥ୍ୟାବସ୍ଥାରେ ଆଗ ଅପେକ୍ଷା ଯଥେଷ୍ଟ ଉନ୍ନତି ହୋଇଛି। କିନ୍ତୁ ଏବେ ପ୍ରତିଦିନ ଏସ୍‌ସିବିର ବିଭିନ୍ନ ବିଭାଗରୁ ସଂକ୍ରମିତ ବାହାରୁଛନ୍ତି। ଏପରିକି, ଦୁହେଁ ଥିବ‌ା ନ୍ୟୁରୋସର୍ଜରି ବିଭାଗରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏପରିସ୍ଥଳେ, ଜଗା-ବଳିଆଙ୍କୁ ଏସ୍‌ସିବିରେ ରଖିବା କେତେ ସୁରକ୍ଷିତ , ତାକୁ ନେଇ ପ୍ରଶ୍ନ ଉଠିଛି।

ଏ ସଂପର୍କରେ ସରକାରଙ୍କ ପକ୍ଷରୁ କଣ ନିଷ୍ପତ୍ତି ନିଆଯାଉଛି , ଏସ୍‌ସିବି କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ଜଗା-ବଳିଆଙ୍କ ଚିକିତ୍ସା ରାଜ୍ୟ ସରକାରଙ୍କ ହାତରେ ରହିଛି। ଏ ନେଇ ରାଜ୍ୟ ସରକାର ନି‌ସ୍ପତ୍ତି ନେବେ ବୋଲି ଏସ୍‌ସିବି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe