ଏମ୍‌ସର ଡାକ୍ତର କହିଲେ ସୁସ୍ଥ ଅଛନ୍ତି ଜଗା-ବଳିଆ

Advertisment
ବଳିଆ ପ୍ରାଇଭେଟ୍‌ ଓ୍ଵାର୍ଡକୁ ସ୍ଥାନାନ୍ତରିତ

ଭଲ ଅଛନ୍ତି ଜଗା-ବଳିଆ। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଜଗା-ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଦୁଇ ଶିଶୁଙ୍କ ଶ୍ୱାସକ୍ରିୟା ଏବଂ ରକ୍ତ ସଂଚାଳନ ମଧ୍ୟ ଠିକ୍‌ ଚାଲିଛି। ଆଜି ଦିଲ୍ଲୀସ୍ଥିତ ଏମ୍‌ସ ଏନେଇ ଜଗାବଳିଆଙ୍କ ସ୍ୱାସ୍ଥ୍ୟ ବୁଲେଟିନ୍‌ ଜାରି କରିଛି। ଏଥିରେ କୁହାଯାଇଛି, ୨୫ ଜଣ ଡାକ୍ତର ଜଗା ବଳିଆଙ୍କ ଉପରେ ନଜର ରଖିଛନ୍ତି। ୩ ଦିନ ତଳେ ଜଗା-ବଳିଆଙ୍କୁ ଅଲଗା କରି ଏହି ହସ୍ପିଟାଲ୍‌ ସେମାନଙ୍କୁ ସୁସ୍ଥ କରିବା ପାଇଁ ପୂରା ଦମ୍‌ ଲଗାଇଦେଇଛି। ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ୱରେ ଏହି ଡାକ୍ତରୀ ଟିମ୍‌ ଦୁଇ ଶିଶୁଙ୍କର ପ୍ରତି ମିନିଟର ଖବର ରଖୁଛନ୍ତି।

ଭାବାବେଗ ଭରା ପ୍ରାର୍ଥନା ଏବଂ ସୁସ୍ଥତା କାମନା ଭିତରେ ଜଗା-ବଳିଆଙ୍କୁ ନେଇ ଦିଲ୍ଲୀ ଏମ୍‌ସରୁ ଆସିଛି ଏକ ଭଲ ଖବର। କନ୍ଧମାଳର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଛି। ଦିଲ୍ଲୀ ଏମ୍‌ସ ପକ୍ଷରୁ ଜାରି ହୋଇଛି ଏକ ପ୍ରେସ ବିଜ୍ଞପ୍ତି ଯ ଯେଉଁଥିରେ କୁହାଯାଇଛି କି, ଏକ ୨୫ ଜଣିଆ ଡାକ୍ତରୀ ଦଳ ଜଗାବଳିଆର ଚିକିତ୍ସା କରୁଛନ୍ତି। ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି ଏବଂ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଛି। ଶ୍ୱାସକ୍ରିୟା ଏବଂ ରକ୍ତ ସଂଚାଳନ ପ୍ରକ୍ରିୟା ସ୍ଥିର ରହିଛି। ରକ୍ତ ସଂଚାଳନ ପ୍ରକ୍ରିୟା ଏଇଥିପାଇଁ ଗୁରୁତ୍ୱପୂର୍ଣ୍ଣ, ଯେହେତୁ ଜଗା-ବଳିଆଙ୍କ ରକ୍ତ ସଂଚାଳନ ଜଟିଳ ଥିଲା।

publive-image

ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରେସନରେ ରକ୍ତ ସଂଚାଳନ ମାଧ୍ୟମକୁ ଉଭୟଙ୍କର ଅଲଗା ଅଲଗା କରାଯାଇଥିଲା। ଏମ୍‌ସର ହେଲ୍ଥ ବୁଲେଟିନ୍‌ କହୁଛି- ଜଗାବଳିଆଙ୍କ ରକ୍ତ ସଂଚାଳନ ଏବେ ଠିକ୍‌ ଅଛି। ଏଥିସହ ସେମାନଙ୍କର ହୃଦସ୍ପନ୍ଦନ ସ୍ୱାଭାବିକ ରହିଛି ବୋଲି ଏଥିରେ ସୂଚନା ଦିଆଯାଇଛି। କନ୍ଧମାଳର ଏହି ଯୋଡ଼ା ମୁଣ୍ଡ ଶିଶୁଙ୍କ ପାଇଁ ସାରା ଓଡ଼ିଶା ପ୍ରାର୍ଥନା କରୁଛି। ସମସ୍ତଙ୍କ ମୁହଁରେ କେବଳ ଗୋଟିଏ କଥା ସେ ସୁସ୍ଥ ହୋଇ ଘରକୁ ଫେରି ଆସନ୍ତୁ।

ଏମ୍‌ସର ଡାକ୍ତରମାନେ କହିଛନ୍ତି ଜଗା, ଡାକ୍ତରଙ୍କ କଥା କିମ୍ବା ଠାରକୁ ବୁଝିପାରୁଛି। ଅର୍ଥାତ ଅପରେସନ୍‌ ପରେ ଜଗାର ସ୍ୱାସ୍ଥ୍ୟବସ୍ଥାରେ ଶୀଘ୍ର ପରିବର୍ତ୍ତନ ଆସୁଛି। ତେବେ କିଡନୀ ଜନିତ ସମସ୍ୟା କାରଣରୁ ଜଗାକୁ ଡାଏଲିସିସରେ ରଖାଯାଇଛି। ତେବେ ଡାକ୍ତରମାନେ ଆଶା ରଖିଛନ୍ତି ୧୦ରୁ ୧୫ ଦିନ ମଧ୍ୟରେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିବ। କିନ୍ତୁ ଜଗା-ବଳିଆ ଏବେ ସଂପୂର୍ଣ୍ଣ ଠିକ୍‌ ହୋଇଯାଇଛନ୍ତି ବୋଲି କହିହେବ ନାହିଁ। ଏ ବିଷୟରେ ସଂକେତ ଦେଇ ଦିଲ୍ଲୀର ଏମ୍‌ସ ହସ୍ପିଟାଲ କହିଛି- ଅସୁସ୍ଥତା କାରଣରୁ ସେମାନଙ୍କୁ ୭ରୁ ୧୦ ଦିନ ଆଇସିୟୁରେ ରହିବାକୁ ପଡ଼ିପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe