ଜଗା ପିନ୍ଧିଲା ସ୍ୱତନ୍ତ୍ର ହେଲମେଟ: ଡିସଚାର୍ଜ ନକରିବାକୁ ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ

Advertisment

ଆଜି ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ୫ ଜଣିଆ ଡାକ୍ତରୀ ଦଳ

ଆଜି ଏମ୍ସ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ଓ ୫ ଜଣିଆ ଡାକ୍ତରୀ ଦଳ

ଜଗା ପିନ୍ଧିଲା ସ୍ୱତନ୍ତ୍ର ହେଲମେଟ: ଡିସଚାର୍ଜ ନକରିବାକୁ ଏନ୍‌ଏଚ୍‌ଆର୍‌ସିରେ ପିଟିସନ ଦାଖଲ

ନୂଆଦିଲ୍ଲୀ: ଏମ୍ସରେ ଚିକିତ୍ସାଧୀନ ଜଗାକୁ ଆଜି ସ୍ୱତନ୍ତ୍ର ହେଲମେଟ ପିନ୍ଧାଯାଇଛି। ଖପୁରୀକୁ ସୁରକ୍ଷିତ ରଖିବା ସହ ସଂକ୍ରମଣ ନହେବା ପାଇଁ ଏହି ହାଲୁକା ହେଲମେଟ ସ୍ୱତନ୍ତ୍ର ଭାବେ ତିଆରି କରାଯାଇଛି। ସେପଟେ ଜଗା-ବଳିଆ ସମ୍ପୂର୍ଣ୍ଣ ସୁସ୍ଥ ନହେବା ଯାଏଁ ସେମାନଙ୍କୁ ଡିସଚାର୍ଜ ନକରିବା ପାଇଁ ଆଜି ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍‌ସି) ଓ ଅନୁସୂଚିତ ଜନଜାତି କମିସନଙ୍କ ନିକଟରେ ଭିନ୍ନ ଭିନ୍ନ ଦୁଇଟି ପିଟିସନ ଦାଖଲ କରାଯାଇଛି। ଦୁଇ ଶିଶୁଙ୍କ ଡିସଚାର୍ଜ ନେଇ ଏମ୍ସ କର୍ତ୍ତୁପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିଚାରବିମର୍ଷ ଚାଲିଥିବା ବେଳେ ଏହାକୁ ବିରୋଧ କରି ବରିଷ୍ଠ ଆଇନ୍‌ଜୀବୀ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହି ପିଟିସନ ଦାଖଲ କରିଛନ୍ତି। ବର୍ତ୍ତମାନ ପରିସ୍ଥିତିରେ ଜଗା-ବଳିଆଙ୍କୁ ଓଡ଼ିଶା ସ୍ଥାନାନ୍ତର କରାଗଲେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାର ଆଶଙ୍କା ରହିଛି। ଏହା ସହିତ ସେମାନଙ୍କ ଚିକିତ୍ସା ନିମନ୍ତେ ଓଡ଼ିଶାରେ ଆବଶ୍ୟକୀୟ ଭିତ୍ତିଭୂମି ଓ ସୁବିଧା ନାହିଁ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି।

ଏହା ସହିତ ଦୁଇ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ନହେବା ଯାଏଁ ସେମାନଙ୍କୁ ଡିସଚାର୍ଜ ନକରିବା ପାଇଁ ଏମ୍ସ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିବାକୁ ଏହି ପିଟିସନରେ ଅନୁରୋଧ କରାଯାଇଛି। କେବଳ ଏତିକି ନୁହେଁ ବରଂ ଏନ୍‌ଏଚ୍‌ଆର୍‌ସିର ଗୋଟିଏ ସ୍ୱତନ୍ତ୍ର ଟିମ୍‌ ଏମ୍ସ ପରିଦର୍ଶନ କରି ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଆକଳନ କରିବାର ଆବଶ୍ୟକତା ରହିଥିବା ଏଥିରେ କୁହାଯାଇଛି। ଅପରପକ୍ଷେ ଦୁଇ ଶିଶୁଙ୍କୁ ଡିସଚାର୍ଜ କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ଜଣାପଡ଼ିଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଓ କଟକ ଏସ୍‌ସିବିର ୫ ଜଣିଆ ଡାକ୍ତରୀ ଦଳ ଶୁକ୍ରବାର ଏମ୍ସ ଗସ୍ତ କରି ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିବା ପରେ ସେମାନଙ୍କର ଡିସଚାର୍ଜ ସମ୍ପର୍କୀତ ତାରିଖ ଧାର୍ଯ୍ୟ କରାଯିବ। ଦିଲ୍ଲୀ ଏମ୍ସରେ ଅଧିକ ଦିନ ଚିକିତ୍ସିତ ହେବାରେ ସଂକ୍ରମଣର ଭୟ ଅଧିକ ରହୁଥିବାରୁ ଦୁଇ ଶିଶୁଙ୍କୁ ସ୍ଥାନାନ୍ତର କରାଯିବା ଏକ ପ୍ରକାର ନିଶ୍ଚିତ ବୋଲି ଜଣାପଡ଼ିଛି। ଆଗକୁ ଦୁଇ ଶିଶୁଙ୍କର ଅଧିକ ଚିକିତ୍ସାର ଆବଶ୍ୟକତା ରହିଥିବାରୁ ଓଡ଼ିଶାର ଡାକ୍ତରୀ ଦଳ ଦିଲ୍ଲୀ ଏମ୍ସ ଡାକ୍ତରଙ୍କଠାରୁ ସ୍ୱଳ୍ପ ଅବଧି ତାଲିମ୍‌ ମଧ୍ୟ ନେବେ ବୋଲି ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe