ଏମ୍‌ସ ଭୁବନେଶ୍ୱର କର୍ତ୍ତୃପକ୍ଷ ସମ୍ମତି ଦେଲେ ଜଗାବଳିଆଙ୍କୁ ସ୍ଥାନାନ୍ତର କରାଯିବ: ସ୍ୱାସ୍ଥ୍ୟମନ୍ତ୍ରୀ

Advertisment
ଜୁଲାଇ ୧୨ରେ ଓଡ଼ିଶା ଆସିବେ ଜଗା-ବଳିଆ !

https://samparkweekly

ଭୁବନେଶ୍ୱର : ଅସ୍ତ୍ରୋପଚାର ଦ୍ୱାରା ଅଲଗା ହୋଇଥିବା ଯୋଡ଼ା ମୁଣ୍ଡ ଶିଶୁ ଜଗାବଳିଆଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗ ଆଜି ବିଧାନସଭାରେ ଉତ୍‌ଥାପିତ ହୋଇଥିଲା। ଅଖିଳ ଭାରତୀୟ ଆର୍ୟୁବିଜ୍ଞାନ ପ୍ରତିଷ୍ଠାନ (ଏମ୍‌ସ) ଭୁବନେଶ୍ୱର ଶାଖା ପକ୍ଷରୁ ଅନୁମତି ମିଳିଲେ ସେମାନଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଥିଲେ।

ରାଜ୍ୟ ସରକାରଙ୍କ ଉଦ୍ୟମରେ ମୁଣ୍ଡ ଯୋଡ଼ି ହୋଇଥିବା ଶିଶୁ ଦୁଇଜଣଙ୍କୁ ଦିଲ୍ଲୀସ୍ଥିତ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅସ୍ତ୍ରୋପଚାର ପରେ ସେ ଦୁହିଁଙ୍କୁ ଅଲଗା କରାଯାଇଥିଲା। ଏବେ ସେ ଦୁହେଁ ଦିଲ୍ଲୀ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି।

publive-image oneindia.com

ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଗୃହକୁ ଜଣାଇଥିଲେ ଯେ, ଜଗାବଳିଆ ଦୁହେଁ ସୁସ୍ଥ ହେବାରେ ଲାଗିଛନ୍ତି। ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରିବା କଥା। ତେବେ ଏଥିପାଇଁ ଭୁବନେଶ୍ୱର ଏମ୍‌ସ କର୍ତ୍ତୃପକ୍ଷ ସମ୍ମତି ଦେଇ ନାହାନ୍ତି। ଦିଲ୍ଲୀ ଏମ୍ସ କର୍ତ୍ତୃପକ୍ଷଙ୍କୁ ଭୁବନେଶ୍ୱର ଶାଖା ସହିତ ଯୋଗାଯୋଗ କରିବାକୁ କୁହାଯାଇଛି। ଭୁବନେଶ୍ୱର ଏମ୍‌ସ ଅନୁମତି ଦେବା ପରେ ସେମାନଙ୍କୁ ସ୍ଥାନାନ୍ତର କରାଯିବ। ଏଥିପାଇଁ ରାଜ୍ୟ ସରକାର ଆବଶ୍ୟକ ସହଯୋଗ ଦେବାକୁ ପ୍ରସ୍ତୁତ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe