Photo: Hindustan Times
ଭୁବନେଶ୍ବର/କଟକ: ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି। ଭୁବନେଶ୍ବର-କଟକ କମିସନରେଟ ପୁଲିସ ଅନ୍ତର୍ଗତ ଖଣ୍ଡଗିରି ଥାନାରେ ରୁଜୁ ହୋଇଥିବା ଶ୍ରଦ୍ଧାଞ୍ଜଳି ମାମଲାରେ ଜଗବନ୍ଧୁ ଚାନ୍ଦଙ୍କୁ ଜାମିନ ମିଳିଛି। ୩ଟି ମାମଲାରୁ ମାତ୍ର ଗୋଟିଏରେ ମିଳିଲା ସର୍ତ୍ତମୂଳକ ଜାମିନ। ପୂର୍ବରୁ ଭୁବନେଶ୍ୱର ଏଡିଜେ-୨ କୋର୍ଟ ଜଗବନ୍ଧୁଙ୍କ ଜାମିନ ଆବେଦନ ଖାରଜ କରି ଦେଇଥିଲେ।
ସୂଚନାଯୋଗ୍ୟ କମିସନରେଟ୍ ପୁଲିସ ଗତବର୍ଷ ଅକ୍ଟୋବର ୨୧ ତାରିଖରେ ଅର୍ଚ୍ଚନା ନାଗର ସ୍ବାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଥିଲା। ଆର୍ଥିକ କାରବାର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜଗବନ୍ଧୁଙ୍କୁ ପଚରାଉଚରା କରିଥିଲା।
Follow Us