ବିଜେଡିରେ ମିଶିଲେ ଜଗଦୀଶ ବିଶ୍ବାଳ

Advertisment
ବିଜେଡିରେ ମିଶିଲେ ଜଗଦୀଶ ବିଶ୍ବାଳ

ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ତଥା ଶ୍ରମିକ ସଂଗଠକ ଜଗଦୀଶ ବିଶ୍ୱାଳ ବିଜେଡିରେ ଯୋଗ ଦେଇଛନ୍ତି। ସୋମବାର ଦିନ ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ସାଂସଦ ତଥା ବିଜେଡିର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଆଗେଇ ନେବା ତଥା ଶ୍ରୀ ବିଶ୍ୱାଳଙ୍କ ଯୋଗଦାନ ଫଳରେ ପଶ୍ଚିମ ଓଡ଼ିଶାରେ ଦଳୀୟ ସଂଗଠନ ମଜଭୁତ ହେବ ବୋଲି ସାଂସଦ ଶ୍ରୀ ମଙ୍ଗରାଜ ଆଶାପ୍ରକାଶ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଜନକଲ୍ୟାଣ ଯୋଜନାରେ ଆକର୍ଷିତ ହୋଇ ସେ ବିଜେଡିରେ ଯୋଗ ଦେଇଛନ୍ତି ବୋଲି ଶ୍ରୀ ବିଶ୍ବାଳ ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ମିଶ୍ରଣ ପର୍ବରେ ଦଳର ମୁଖପାତ୍ର ପ୍ରିୟବ୍ରତ ମାଝୀ ଓ ମୌସମ ମିଶ୍ର ଉପସ୍ଥିତ ଥିଲେ। ଶ୍ରୀ ବିଶ୍ୱାଳ ଏବେ ରାଷ୍ଟ୍ରୀୟ କୁଲ୍‌ଟା ସମାଜର ଜାତୀୟ ସାଧାରଣ ସମ୍ପାଦକ, ଭାରତୀୟ ମଜଦୁର ସଂଘର ପଶ୍ଚିମ ଓଡ଼ିଶା ଆବାହକ ଓ ଇଷ୍ଟ୍‌କୋଷ୍ଟ ରେଲ୍‌ୱେ ଠିକା ମଜଦୁର ସଂଘର କ୍ଷେତ୍ରୀୟ ସଭାପତି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe