୧୨ କୋଟି ଖର୍ଚ୍ଚ ସତ୍ତ୍ବେ ଅବହେଳା ଜଳଜଳ : ବିପଦସଙ୍କୁଳ ଅବସ୍ଥାରେ ଜଗମୋହନ

Advertisment

ଅଧାପନ୍ତରା ରଖି ନାଟମଣ୍ଡପକୁ ଡେଇଁଲାଣି ଏଏସ୍‌ଆଇ

ଅଧାପନ୍ତରା ରଖି ନାଟମଣ୍ଡପକୁ ଡେଇଁଲାଣି ଏଏସ୍‌ଆଇ

୧୨ କୋଟି ଖର୍ଚ୍ଚ ସତ୍ତ୍ବେ ଅବହେଳା ଜଳଜଳ : ବିପଦସଙ୍କୁଳ ଅବସ୍ଥାରେ ଜଗମୋହନ

ପୁରୀ : କେବଳ କୋଣାର୍କ ନୁହେଁ, ଶ୍ରୀମନ୍ଦିର ସଂରକ୍ଷଣ ପ୍ରତି ମଧ୍ୟ ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) କିଭଳି ଚରମ ଅବହେଳା ପ୍ରଦର୍ଶନ କରୁଛି ତାହାର ପ୍ରମାଣ ଜଳଜଳ ହୋଇ ଦିଶୁଛି। ଏଏସ୍‌ଆଇ ଗୋଟିଏ କାମ ସଂପୂର୍ଣ୍ଣ ନକରି ଆଉ ଗୋଟିଏ କାମ ଆରମ୍ଭ କରୁଛି। ଜଗମୋହନ ବିପଦସଙ୍କୁଳ ଅବସ୍ଥାରେ ଥିବା ବେଳେ ଏଏସ୍‌ଆଇ ଏବେ ନାଟମଣ୍ଡପକୁ ଡେଇଁଲାଣି। ଅର୍ଥାତ ଜଗମୋହନ କାମକୁ ଅଧାପନ୍ତରା କରି ଛାଡିଦେଇଛି। ଫଳରେ ପ୍ରାୟ ୧୨ କୋଟି ଟଙ୍କା ଖର୍ଚ୍ଚ ହୋଇ ହୋଇଥିବା ଜଗମୋହନ ମରାମତି ଏକପ୍ରକାର ବେକାର ହୋଇଯିବ ବୋଲି ଆଶଙ୍କା କରାଯାଉଛି।

ପୋଟାଲ୍‌ ଫ୍ରେମ ଦେଇ ଜଗମୋହନକୁ ସୁରକ୍ଷିତ ‌ବୋଲି ଏଏସ୍‌ଆଇ କହୁଥିବା ବେଳେ ଏହାର ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ଥିବା ସ୍ପଷ୍ଟ ହୋଇଛି। ଜଗମୋହନର ଛାତ ଏ ପର୍ଯ୍ୟନ୍ତ ମରାମତି ହୋଇନାହିଁ। ଛାତ ବି ଦୁର୍ବଳ ସ୍ଥିତି‌ରେ ରହିଛି। ଭିତରପାର୍ଶ୍ବ ସଂରକ୍ଷଣ ସରିବା ପ‌ରେ ବି ଛାତ ମରାମତି ଲାଗି ଏଏସ୍‌ଆଇ ଦୃଷ୍ଟି ଦେଉନାହିଁ। ଏହି କାମକୁ ଅଧାରୁ ଛାଡି ଏଏସଆଇ ନାଟମଣ୍ଡପ ଆଡକୁ ମନ ବଳାଇଛି। ଅନ୍ୟପକ୍ଷରେ ଶ୍ରୀମନ୍ଦିରର ଜଗମୋହନର ବାହାର ପାର୍ଶ୍ବରେ ଦୀର୍ଘ ବର୍ଷ ହେବ ଲୁହା ଭାରା(ସପଟୋ) ଦିଆଯାଇଛି। ସେଗୁଡିକ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ତେବେ ସେଗୁଡିକ ପରିବର୍ତ୍ତନ କରି ନୂତନ ଭାର ଦେବାକୁ କୋର କମିଟି କିଛି ମାସ ତଳେ ଏଏସଆଇକୁ ପରାମର୍ଶ ଦେଇଥିଲେ ହେଁ ଏଏସଆଇ ଏହାକୁ ଗୁରୁତ୍ବ ଦେଉନାହିଁ। ବର୍ଷକ ତଳୁ ଜଗମୋହନର ବାହାର ପାର୍ଶ୍ବରେ ଚାଳିର ଏକ ଅଂଶ ଭୁଶୁଡି ରହିଥିବାବେଳେ ତାହାକୁ ଠେଁସ ଦେଇ ରଖିଛି।

ଗତ ୨୦୧୫ ରଥଯାତ୍ରା ସମୟରେ ପ୍ରଥମ ଥର ପାଇଁ ଜଗମୋହନରର ସ୍ଥିତି ଆକଳନ ହୋଇଥିଲା। ଯାଞ୍ଚ ପରେ ଯେଉଁ ସ୍ଥିତି ବାହାରକୁ ଆସିଲା ସମସ୍ତଙ୍କୁ ଚକିତ କରିଦେଇଥିଲା। ଜଗମୋହନର ଚାରିଟୋ କଲମ, ୮ଟି ବିମ୍ ଫାଟି ଆଁ କରିଥିଲା। ଏପରିକି ଶ୍ରୀମନ୍ଦିର ଜଗମୋହନ ଭୁଶୁଡି ପଡିବାର ଆଶଙ୍କା ଉପୁଜିଥିଲା। ଏପରିକି ଚେନ୍ନାଇ ଆଇଆଇଟି ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି କେନ୍ଦ୍ର ସଂସ୍କୃତି ସଚିବ ଏଏସଆଇ ଡିଜିଙ୍କ ସମେତ ବରିଷ୍ଠ ପ୍ରତିନିଧି ଦଳ ସ୍ଥିତି ଅନୁଧ୍ୟାନ କରିଥିଲେ। ୨୦୧୮ ମାର୍ଚ୍ଚ ମାସ‌ରେ ଜଗମୋହନର ଭିତର ପାର୍ଶ୍ବ ମରାମତି କାମ ଶେଷ ହେଲା। ଜଗମୋହନ ଭିତର ପାର୍ଶ୍ବ ମରାମତିରେ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ପାଳିଆ ପୁରସ୍କାର ବାବଦରେ ପ୍ରାୟ ୬ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ପରି ସମୁଦାୟ ଜଗମୋହନ ମରାମତି ବାବଦକୁ ପ୍ରାୟ ୧୨କୋଟି ଟଙ୍କା ଖର୍ଚ୍ଚ ‌ହୋଇଛି। ମାତ୍ର ଏବେ ଜଗମୋହନର ଛାତର ସ୍ଥିତି ଯେଉଁଭଳି ଦୟନୀୟ ରହିଛି ଜଗମୋହନ ପ୍ରତି ବିପଦ ଟଳିନାହିଁ। ଗୋଟିଏ କାମ ନ ସାରି ଏଏସଆଇ ଏବେ ନାଟମଣ୍ଡପ ମରାମତି ପାଇଁ ଆଗଭର ହେବା ଏହାର ଅଦୂରଦୃଷ୍ଟିର ପରିଚୟ ବୋଲି କୁହାଯାଉଛି। ଏଏସଆଇର ଏ ପ୍ରକାର ଅବହେଳାକୁ ନେଇ ବହୁ ବିଶେଷଜ୍ଞ ଏହାର ନାପସନ୍ଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe