ଜନ୍ମବେଦିରେ ଦର୍ଶନ ଦେଲେ ମହାପ୍ରଭୁ

Advertisment

ଭକ୍ତଙ୍କୁ ମିଳିଲା ଆଡ଼ପ ଅବଢ଼ା

ଭକ୍ତଙ୍କୁ ମିଳିଲା ଆଡ଼ପ ଅବଢ଼ା

ଜନ୍ମବେଦିରେ ଦର୍ଶନ ଦେଲେ ମହାପ୍ରଭୁ

????????????????????????????????????

ପୁରୀ: ଜନ୍ମବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଭକ୍ତ। ଏଥିପାଇଁ ସେମାନଙ୍କୁ ଧାଡ଼ିବାନ୍ଧି ଘଣ୍ଟା ଘଣ୍ଟା ଧରି ଠିଆ ହେବାକୁ ପଡିଥିଲା। ସେପଟେ ଆଜିଠାରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହୋଇଛି। ଆଡ଼ପ ଅବଢ଼ା ପାଇବା ପାଇଁ ଭକ୍ତ ମହଲରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ତେବେ ଆଜି ମହାପ୍ରଭୁଙ୍କ ସମସ୍ତ ନୀତି ୨ ଘଣ୍ଟା ବିଳମ୍ବରେ ସଂପନ୍ନ ହୋଇଛି। ତିନି ଦିନ ଧରି ଚତୁର୍ଦ୍ଧା ମୂର୍ତ୍ତି ରଥ ଉପରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଗତକାଲି ସନ୍ଧ୍ୟାରେ ଆଡ଼ପ ମଣ୍ଡପକୁ ବିଜେ କରିଥିଲେ। ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ମହାସ୍ନାନ, ମଇଲମ ନୀତି ସଂପନ୍ନ ହେବା ପରେ ରୋଷହୋମ, ସୂର୍ଯ୍ୟପୂଜା, ଚନ୍ଦନଲାଗି, ଦ୍ଵାରପାଳ ପୂଜା, ବଡ଼ସିଂହାର ବେଶ ହୋଇଥିଲା। ବଡ଼ସିଂହାର ପରେ ଭୋର ସାଢ଼େ ୪ଟାରେ ମହାପ୍ରଭୁଙ୍କ ପହୁଡ଼ ପଡ଼ିଥିଲା।

ଆଜି ଭୋର ୫ଟାରେ ଦ୍ଵାରଫିଟା ନୀତି ନିର୍ଘଣ୍ଟ ହୋଇଥିଲେ ହେଁ, ୭ଟାରେ ଦ୍ଵାରଫିଟା ନୀତି ସଂପନ୍ନ ହୋଇଛି। ପରେ ମଙ୍ଗଳଆଳତି, ତଡ଼ପଲାଗି ଓ ସକାଳ ୯ଟା ୪୦ରେ ଅବକାଶ ନୀତି ସଂପନ୍ନ ହୋଇଥିଲା। ସକାଳ ସାଢ଼େ ୭ରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପାଇଁ ନୀତି ନିର୍ଘଣ୍ଟ ହୋଇଥିଲା। ଏଥିପାଇଁ ଭକ୍ତମାନେ ଆଜି ସକାଳୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଥିଲେ। କିନ୍ତୁ ସାହାଣମେଲା ଦର୍ଶନ ବିଳମ୍ବ ଯୋଗୁ ଭକ୍ତମାନେ ଆଜି ବାଧ୍ୟ ହୋଇ ପରିମାଣିକ ଟିକେଟ୍‌ରେ ମହାପ୍ରଭୁଙ୍କୁ ପୂର୍ବାହ୍‌ଣ ୧୦ରୁ ୧୧ଟା ପର୍ଯ୍ୟନ୍ତ ଦର୍ଶନ କରିଥିଲେ। ମଧ୍ୟାହ୍ନ ୧୨ଟା ୧୦ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କଠାରେ ବଲ୍ଲଭ ଭୋଗ ଲାଗି ଓ ମଧ୍ୟାହ୍ନ ଗୋଟାଏ ୨୫ରେ ସକାଳ ଧୂପ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ସାଢେ ଗୋଟାଏରେ ଭକ୍ତମାନଙ୍କ ପାଇଁ ଆଡ଼ପ ଅବଢ଼ା ଉପଲବ୍ଧ ହୋଇଥିଲା। ସକାଳ ଧୂପ ପରେ ପ୍ରଥମ ଭୋଗମଣ୍ଡପ ନୀତି ଆରମ୍ଭ ହୋଇଥିଲା। ପ୍ରଥମ ଭୋଗମଣ୍ଡପ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ, ମଧ୍ୟାହ୍ନ ଧୂମ, ଦ୍ଵିତୀୟ ଭୋଗମଣ୍ଡପ ନୀତି ସଂପନ୍ନ ହୋଇଥିଲା। ଦ୍ଵିତୀୟ ଭୋଗମଣ୍ଡପ ପରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe