ରାତ୍ରିକାଳୀନ କର୍ଫ୍ୟୁ ପାଇଁ ଶ୍ରୀମନ୍ଦିର ଦର୍ଶନରେ ପରିବର୍ତ୍ତନ; ରାତି ୮ଟା ୩୦ ଯାଏଁ ଶ୍ରୀଜିଉଙ୍କୁ କରିପାରିବେ ଦଶର୍ନ

Advertisment
ରାତ୍ରିକାଳୀନ କର୍ଫ୍ୟୁ ପାଇଁ ଶ୍ରୀମନ୍ଦିର ଦର୍ଶନରେ ପରିବର୍ତ୍ତନ; ରାତି ୮ଟା ୩୦ ଯାଏଁ ଶ୍ରୀଜିଉଙ୍କୁ କରିପାରିବେ ଦଶର୍ନ

ଭୁବନେଶ୍ବର: ସାଧାରଣ ଭକ୍ତଙ୍କ ପାଇଁ ଏଣିକି ରାତି ୮ଟା ୩୦ ଯାଏଁ ଖୋଲା ରହିବ ପୁରୀ ଶ୍ରୀମନ୍ଦିର । ନାଇଟ କର୍ଫ୍ୟୁ ଲାଗୁ ହୋଇଥିବାରୁ ଦର୍ଶନ ସମୟରେ ପରିବର୍ତ୍ତନ କରାଯଯାଇଛି । ପୂର୍ବରୁ ରାତି ୯ଟା ୩୦ ଯାଏଁ ଦର୍ଶନ କରୁଥିଲେ ଶ୍ରଦ୍ଧାଳୁ । ଜିଲ୍ଲା ପ୍ରଶାସନ ନାଇଟ କର୍ଫ୍ୟୁ ପାଇଁ ସମୟ ପରିବର୍ତ୍ତନ କରିଛି। ଏନେଇ ପୂରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ରାତି ୯ଟା ପରଠୁ ଶ୍ରୀମନ୍ଦିରରେ କଟକଣା କଡାକଡି ଭାବେ ପାଳନ କରାଯିବ।

ଆଜି ସନ୍ଧ୍ୟାରେ ଛତିଶାନିଯୋଗର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଏହି ବୈଠକରେ ଗୁରୁତ୍ବପୂର୍ଣ୍ଣ ନିିଷ୍ପତ୍ତି ନିଆଯିବ। ନୀତିକାନ୍ତି ଓ ସେବାପୂଜା ଶୃଙ୍ଖଳିତ ନେଇ ଆଲୋଚନା ହେବ। ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ଏସ୍‌ଓପି ନେଇ ଆଲୋଚନା ହେବ। ଦର୍ଶନ ବ୍ୟବସ୍ଥାକୁ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇପାରେ। ସୂଚନାଯୋଗ୍ୟ, କରୋନାର ୩ୟ ଲହର ଆରମ୍ଭ ହୋଇଯାଇଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନର କିଛି କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe