ଜଗା ଦର୍ଶନ ନୋହିଲା; ଅଧାବାଟରେ ବୃଦ୍ଧଙ୍କ ମୃତ୍ୟୁ

Advertisment
ଜଗା ଦର୍ଶନ ନୋହିଲା; ଅଧାବାଟରେ ବୃଦ୍ଧଙ୍କ ମୃତ୍ୟୁ

ହରଭଙ୍ଗା: ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ବସ୍‌ରେ ଯାଉଥିବା ବେଳେ ଖୋର୍ଦ୍ଧା ନିକଟରେ ‌ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସରସରା ପଂଚାୟତ ସରସରା ଗାଁର ପୂର୍ଣ୍ଣଚନ୍ଦ୍ର ବାରିକ (୬୦)ଙ୍କ ମୃତ୍ୟୁ ଘଟିଛି। ବୁଧବାର ହରଭଙ୍ଗା ବ୍ଲକ ପ୍ରଶାସନ ପକ୍ଷରୁ ପୁରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ ପରିଦର୍ଶନ ପାଇଁ ପ୍ରତି ପଞ୍ଚାୟତରୁ ୨୦ଜଣ ଲେଖାଏଁ ମୋଟ ୪୮୭ ଜଣଙ୍କୁ ୧୨ଟି ବସ୍‌ରେ ନିଆଯାଉଥିଲା। ଖୋର୍ଦ୍ଧା ନିକଟରେ ବସ୍‌ ପହଂଚିବା ପରେ ଶୌଚ ଓ ଗାଧୁଆପାଧୁଆ କରିଥିଲେ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସେଠାରୁ ଚିକିତ୍ସା ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା।

ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। କେଉଁ କାରଣରୁ ତାଙ୍କ ମୃତ୍ୟୁ ଘଟିଲା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି। ହରଭଙ୍ଗା ବିଡିଓ ସ୍ୱପ୍ନିତା ନାୟକଙ୍କୁ ପଚାରିବାରୁ ଗାଡ଼ି ଯୋଗେ ପୂର୍ଣ୍ଣଚନ୍ଦ୍ରଙ୍କ ଶବକୁ ତାଙ୍କ ଗାଁକୁ ଅଣାଯାଉଥିବା ସେ କହିଥିଲେ। ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe