ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ

ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଲା ୧ କେଜି ସୁନା: ୨୦୨୩ରେ ୨୨.୩୪ ଲକ୍ଷ ଓ ୨୦୨୧ରେ ୨୮.୧୦ ଲକ୍ଷ ଟଙ୍କା ମିଳିଥିଲା

the financial express

ପୁରୀ: ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଆଜି ମହାପ୍ରଭୁଙ୍କ ବନକ ଲାଗି ନୀତି। ଚୈତ୍ର ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହୁଏ। ଏଥିଲାଗି ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପକ୍ଷରୁ ସୂଚନା ଦିଆଯାଇଛି। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ପରେ ନୀତି ଆରମ୍ଭ ହେବ।

ଏହା ମହାପ୍ରଭୁଙ୍କ ଏକ ଗୁପ୍ତନୀତି ହୋଇଥିବାରୁ ପ୍ରଭୁଙ୍କ ମୁଖ ଶୃଙ୍ଗାର କରାଯାଏ। ଏହି ନୀତି ପାଇଁ ଜୟା ବିଜୟ ଦ୍ୱାର ବନ୍ଦ ରହିବା ସହ ଦ୍ୱିପହର ଧୂପ ସରିବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ମୁଖ ଶୃଙ୍ଗାର କରିଥାନ୍ତି।
ଶ୍ରୀମୁଖ ଶୃଙ୍ଗାର ପାଇଁ ହିଙ୍ଗୁଳ, ହରିତାଳ, କସ୍ତୁରୀ ଇତ୍ୟାଦି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇଦିଆଯାଏ। ଆଜି ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ବନ୍ଦ ରହିଥିବାରୁ ଏହି ୪ ଘଣ୍ଟା ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe