ଜଗନ୍ନାଥ ବନ ପ୍ରକଳ୍ପ ପୋଡ଼ିଦେଲେ ଦୁର୍ବୃତ୍ତ

Advertisment
ଜଗନ୍ନାଥ ବନ ପ୍ରକଳ୍ପ ପୋଡ଼ିଦେଲେ ଦୁର୍ବୃତ୍ତ

କଣ୍ଟାମାଳ: କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ଫଗୁଣାମାଳ ଜଗନ୍ନାଥ ବନ ପ୍ରକଳ୍ପରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି। ନିଆଁରେ ଅନେକ ଗଛ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଗତ ଦୁଇ ବର୍ଷ ପୂର୍ବେ ମଧ୍ୟ ଏହି ପ୍ରକଳ୍ପରେ କେହି ନିଆଁ ଲଗାଇ ଦେବାରୁ ଅନେକ ଗଛ ପୋଡ଼ି ନଷ୍ଟ ହୋଇଯାଇଥିଲା। ବିଭାଗୀୟ ଅଧିକାରୀଙ୍କ ଢିଲା ଶୃଙ୍ଖଳା ବ୍ୟବସ୍ଥା ସହିତ ଅଧସ୍ତନ କର୍ମଚାରୀଙ୍କ ବେପରୁଆ ମନୋବୃତ୍ତି ଯୋଗୁଁ ଲକ୍ଷାଧିକ ଟଙ୍କାର ଉକ୍ତ ପ୍ରକଳ୍ପ ମାଟିରେ ମିଶିଯାଇଛି। ଏହି ବନ ପ୍ରକଳ୍ପରେ ବାରମ୍ବାର ନିଆଁ ଲାଗୁଥିବା ବେଳେ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେଖିବାକୁ ମିଳୁ ନାହିଁ।

ଅନ୍ୟପଟେ ତଦାରଖ ଅଭାବରୁ ବନ ପ୍ରକଳ୍ପରେ ଥିବା ଅଳ୍ପ ସଂଖ୍ୟକ ଗଛକୁ ଲୁଚାଇବାକୁ ଯାଇ ଏହି ନିଆଁ ଲାଗିବା ଘଟଣାରେ ବିଭାଗୀୟ କର୍ମଚାରୀଙ୍କ ପ୍ରଚ୍ଛନ୍ନ ହାତ ଥିବା ସମାଜସେବୀ ଲଳିତ ସାହୁ ଅଭିଯୋଗ କରିଛନ୍ତି। ତେଣୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ସଂପୃକ୍ତ ଥିବା ବନ କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଫଗୁଣାମାଳ ଗ୍ରାମବାସୀ ଦାବି କରିଛନ୍ତି। ଉକ୍ତ ପ୍ରକଳ୍ପ ଦାୟିତ୍ବରେ ଥିବା ବନ କର୍ମଚାରୀ ବେବି ମିଶ୍ରଙ୍କୁ ପଚାରିବାରୁ ଏହି ପ୍ରକଳ୍ପରେ ନିଆଁ ଲାଗିଥିବା ବିଷୟରେ ତାଙ୍କ ପାଖରେ କୌଣସି ସୂଚନା ନ ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe