ମାଙ୍କଡ଼ା ପଥର ମାଫିଆଙ୍କ କବ୍ଜାରେ ଶ୍ରୀଜଗନ୍ନାଥଙ୍କ ଜମି 

Advertisment
ମାଙ୍କଡ଼ା ପଥର ମାଫିଆଙ୍କ କବ୍ଜାରେ ଶ୍ରୀଜଗନ୍ନାଥଙ୍କ ଜମି 

ଖୋର୍ଦ୍ଧା: ଓଡ଼ିଶାର ଠାକୁର ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଜେ ଜମି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ରହିଛି । ପ୍ରଶାସନ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅପରାଗତାରେ ଏହାମଧ୍ୟରୁ ଅନେକ ଜମି ଏବେ ଖଣିମାଫିଆଙ୍କ କବ୍ଜାରେ । ଏନେଇ ଏକ ମାମଲାରେ ୨୦୧୭ରୁ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍ରେ ବିଚାରାଧୀନ ରହିଥିବା ଓ ବିଭିନ୍ନ ସମୟରେ ଏନ୍ଜିଟି ଜିଲ୍ଲା ପ୍ରଶାସନକୁ ଖଣି ମାଫିଆଙ୍କ ପ୍ରତି ନମନୀୟ ଆଚରଣ ପ୍ରଦର୍ଶନ କରୁଥିବା ନେଇ କଡ଼ା ଭାଷାରେ ସମାଲୋଚନା କରିଥିବା ବେଳେ ଆଜି ପୁଣି ଧଉଳିମୁହଁ ଠାରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିକୁ ଖଣି ମାଫିଆ ଜବରଦଖଲ କରିଥିବା ନେଇ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲାପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ସେମାନେ ପୁରୁଷାନୁକ୍ରମ ଭାବେ ତାପଙ୍ଗ ମୌଜାର ଖାତା ନଂ ୮୩୨/୧ର ପ୍ଲଟ ନଂ ୨୦୫୬ର ଶ୍ରୀଜଗନ୍ନାଥଙ୍କ ଜମିକୁ ଭୋଗ ଦଖଲରେ ରହିଛନ୍ତି । ସେଠାରେ ସେମାନେ ବୃକ୍ଷରୋପଣ କରିବା ସହ ଗାଈଗୋରୁଙ୍କ ଚାରଣ ଭୂମି ପାଇଁ ବ୍ୟବହାର କରୁଛନ୍ତି । କିନ୍ତୁ ବର୍ତମାନ ଖଣି ମାଫିଆ ସେହି ଜମିକୁ ବଳପୂର୍ବକ ଅଧିକାର କରିବା ସହ ଗଛଗୁଡ଼ିକ କାଟି ମାଙ୍କଡ଼ା ପଥର ଖୋଳି ନେଉଛନ୍ତି । ପ୍ରତିବାଦ କଲେ ଗୁଣ୍ଡା ଲଗାଇ ଧମକଚମକ ଦେଉଛନ୍ତି । ଜମିଗୁଡ଼ିକ ଖାଲ ହୋଇଯିବା ଫଳରେ ଗାଈଗୋରୁ ସେଥିରେ ପଡ଼ି ମୃତ୍ୟୁବରଣ ଓ ଆହତ ହେଉଛନ୍ତି, ସେମାନଙ୍କ ଚାଷ ଜମି ନଷ୍ଟ ହେଉଛି । ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସେମାନେ ଜିଲ୍ଲା ପ୍ରଶାସନ ଜରିଆରେ କେନ୍ଦ୍ରାଂଚଳ ରାଜସ୍ୱ କମିଶନର ଓ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି । ଏହା ସହ ସେମାନେ ଜିଲ୍ଳା ଆରକ୍ଷୀ ଅଧୀକ୍ଷକଙ୍କୁ ଭେଟି ଖଣି ମାଫିଆଙ୍କ ଠାରୁ ସୁରକ୍ଷା ପାଇଁ ନିବେଦନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe