କୁଇଶିରାରେ ଭିନ୍ନ ପରମ୍ପରା: ଶ୍ରାବଣ ମାସରେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା

Advertisment
କୁଇଶିରାରେ ଭିନ୍ନ ପରମ୍ପରା: ଶ୍ରାବଣ ମାସରେ ଜଗନ୍ନାଥ ମହାପ୍ରଭୁଙ୍କ ରଥଯାତ୍ରା

ଭଟଲି: ଶ୍ରୀକ୍ଷେତ୍ର ସମେତ ରାଜ୍ୟ ତଥା ଦେଶବିଦେଶର ବିଭିନ୍ନ ସ୍ଥାନରେ ଆଷାଢ଼ ମାସରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇସାରିଛି। ହେଲେ ଭଟଲି ବ୍ଲକ୍‌ କୁଇସିରା ଗ୍ରାମରେ ଆଜି ପରମ୍ପରା ଅନୁସାରେ ଶ୍ରାବଣ ଶୁକ୍ଳପକ୍ଷ ଦ୍ବିିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ମହାସମାରୋହରେ ସଂପନ୍ନ ହୋଇଛି। ଆଜି ସକାଳୁ ମନ୍ଦିରରେ ଦୈନିକ ପୂଜନୀତି ସମ୍ପନ୍ନ ପରେ ମହାପ୍ରଭୁଙ୍କୁ ପହଣ୍ଡି କରି ରଥରୂଢ଼ କରାଯାଇଥିଲା। ଏଥିରେ ଭଜନ, ସଂକୀର୍ତ୍ତନ୍ୟ, କୃଷ୍ଣଗୁରୁ, ଘଣ୍ଟ, ଶଙ୍ଖ, ନାଗରା ଆଦି ଦଳ ଭାଗ ନେଇଥିଲେ।

publive-image

ଛେରାପହରା ଓ ରଥାରୂଢ଼ ସରିବା ପରେ ମହାପ୍ରଭୁଙ୍କଠାରୁ ଆଜ୍ଞାମାଳ ନେଇ ରଥର ଡାହୁକଙ୍କୁ ପ୍ରଦାନ କରାଯାଇଥିଲା। ପରେ ଡାହୁକ ଟିକେଲାଲ ମେହେରଙ୍କ ଗୀତର ତାଳେତାଳେ ଭକ୍ତମାନେ ରଥଟଣା ଆରମ୍ଭ କରିଥିଲେ। ରଥ ପଡ଼ିଆରେ ପହଂଚିବା ପରେ ସେଠାରେ ମହାପ୍ରଭୁଙ୍କୁ  ପୂଜାର୍ଚ୍ଚନା, ଆଳତୀ ପ୍ରଦାନ ଓ ନବଜାତ ଶିଶୁମାନଙ୍କ ରଥଛୁଆଁ କାର୍ଯ୍ୟକ୍ରମ ହୋଇଥିଲା। ସନ୍ଧ୍ୟାରେ ରଥକୁ ଭକ୍ତମାନେ ରଥ ପଡ଼ିଆରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ଟାଣି ନେଇଥିଲେ। ଜମିଦାର ଫଗୁଲାଲ ସିଂ ଛେରାପହରା କରିଥିବା ବେଳେ ପୂଜକ ରାଜୀବ ରଥ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ଅଂଚଳର ଏହା ଶେଷ ରଥଯାତ୍ରା ହେଉଥିବାରୁ ଆଖପାଖ ତଥା ପଡ଼ୋଶୀ ଛତିଶଗଡ଼ରୁ ବହୁ ଭକ୍ତଙ୍କ ସମାଗମ ହୋଇଥିଲା। ଅତିଥି ଭାବରେ ଭଟଲି ଜିଲ୍ଲା ପରିଷଦ ସଭ୍ୟ ଈଶ୍ୱର ଚନ୍ଦ୍ର ସାହୁ, ସ୍ବେଛାସେବୀ ମାନଭଞ୍ଜନ ସାହୁ ଯୋଗଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe