ପୁରୀ:ଶ୍ରୀମନ୍ଦିର ଜଗମୋହନ ସ୍ଥିତି ଅନୁଧ୍ୟାନ ପାଇଁ ଆସନ୍ତାକାଲିି କୋର କମିଟି ଅଧ୍ୟକ୍ଷ ଆନନ୍ଦପ୍ରାଣ ଗୁପ୍ତା ପୁରୀ ଆସୁଛନ୍ତି। ମଧ୍ୟାହ୍ନରେ ପୁରୀ ପହଞ୍ଚିବା ପରେ ସେ ଜଗମୋହନ ଯାଇ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ପାନ୍ଥନିବାସ ଠାରେ ଶ୍ରୀମନ୍ଦିର ପ୍ରଶାସନ ଓ ପୂର୍ତ୍ତ ବିଭାଗ ସହ ବୈଠକ ବସିବ। କୋର କମିଟି ଅଧ୍ୟକ୍ଷଙ୍କ ଏହି ଗସ୍ତ ପୂର୍ବରୁ ଆଜି ପୋର୍ଟାଲ ଫ୍ରେମ୍ କାମ ଶେଷ ହୋଇଛି। ଲୁହା ବିମ୍ଗୁଡ଼ିକୁ ଐତିହ୍ୟ ଡିଜାଇନ୍ ଦିଆଯିବା ପାଇଁ ପଥର ଓ କାଠରେ ଡିଜାଇନ୍ ତିଆରି ହେଉଛି। କାଠକାମ ଆରମ୍ଭ ହୋଇ ଯାଇଥିବା ବେଳେ ପଥରକାମ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ଦିଲୀପ କନ୍ଷ୍ଟ୍ରକସନ୍ର ମୁଖ୍ୟ ଦିଲୀପ ଖଟେଇ ସୂଚନା ଦେଇଛନ୍ତି। କାରୁକାର୍ଯ୍ୟପୂର୍ଣ୍ଣ ଡିଜାଇନ୍ କାମ ଶେଷ ହେଲେ ଏହି ବିମ୍ରେ ଲଗାଯିବ। ଏହିି କାମ ପାଖାପାଖି ୪ ମାସ ଲାଗିବ। ଏହା ଭିତରେ ଚାଙ୍ଗଡ଼ା ଓ ଭଣ୍ଡାର ଘର ମରାମତି ମଧ୍ୟ ଶେଷ ହେବ। ଶ୍ରୀମନ୍ଦିର ପକ୍ଷରୁ ଚାଙ୍ଗଡ଼ା ଘର ଓ ଭଣ୍ଡାର ଘର ତିଆରି ହେଉଥିବା ବେଳେ ଏଏସ୍ଆଇ ପକ୍ଷରୁ ଜଗମୋହନରେ ପୋର୍ଟାଲ ଫ୍ରେମ୍ ସ୍ଥାପନ କରାଯାଉଛି। ଗୋଟିଏ ସମୟରେ ଅର୍ଥାତ୍ ୪ ମାସ (ଫେବ୍ରୁଆରି)ମଧ୍ୟରେ ଜଗମୋହନରୁ ସମସ୍ତ କାମ ଶେଷ ହେବ ବୋଲି ଜଣାପଡ଼ିଛି।
ଶ୍ରୀମନ୍ଦିର ଜଗମୋହନ ମରାମତି ପ୍ରସଙ୍ଗ: ଆଜି ଆସିବେ କୋର୍ କମିଟି ଅଧ୍ୟକ୍ଷ
Advertisment
Follow Us