ଜଗନ୍ନାଥଙ୍କ ଜମି ଜବରଦଖଲ ପ୍ରସଙ୍ଗ, ଅନାମ ନାଏକଙ୍କୁ ଗିରଫ ଦାବିରେ ଅନଶନ

Advertisment
ଜଗନ୍ନାଥଙ୍କ ଜମି ଜବରଦଖଲ ପ୍ରସଙ୍ଗ, ଅନାମ ନାଏକଙ୍କୁ ଗିରଫ ଦାବିରେ ଅନଶନ

UN News - the United Nations

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ କାଳିଆ କୁଣ୍ଡଲ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିରର ଜମି ଜବରଦଖଲ କରିଥିବା ସେହି ଗ୍ରାମର ଅନାମ ନାଏକଙ୍କୁ ଗିରଫ ଦାବିରେ ବୁଧବାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରକାଶ ଯେ, ଜୁନାଗଡ଼ ବ୍ଲକ କାଳିଆ କୁଣ୍ଡଲ ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଜମିକୁ ନେଇ ବିବାଦ ଦେଖାଦେଇଛି। କାଳିଆ କୁଣ୍ଡଲ ଗ୍ରାମର କ୍ଷେତ୍ରଚନ୍ଦ୍ର ନାଏକ, ପିତା ଦିବାକର ନାଏକଙ୍କ ୧୭ ଏକର ୮୯ ଡିସିମିଲ ମଧ୍ୟରୁ ୬ ଏକର ଜମି ଗ୍ରାମର ଶ୍ରୀଜଗନ୍ନାଥ ମନ୍ଦିର ଖଇରପଦରର ପୂଜକ କୈଳାଶଚନ୍ଦ୍ର ଖାନସମାଙ୍କୁ ଦାନ କରିଥିଲେ।

କିନ୍ତୁ ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ଜମିକୁ ଚଞ୍ଚକତା କରି କାଳିଆ କୁଣ୍ଡଳ ଗ୍ରାମର ଅନାମ ଚନ୍ଦ୍ର ନାଏକ, ପିତା କୃତିବାସ ନାଏକ ନିଜ ନାମରେ କରି ହଡ଼ପ୍‌ କରିଥିବା ଅଭିଯୋଗ ହୋଇଛି। ୧୭ ଏକର ୮୯ ଡିସିମିଲ ଜମିରେ କ୍ଷେତ୍ରଚନ୍ଦ୍ର ନାଏକଙ୍କ ପରିବାର ମଧ୍ୟ ରହୁଥିଲେ। ବର୍ତ୍ତମାନ ସେମାନଙ୍କୁ ସେହି ସ୍ଥାନରୁ ବାହାର କରି ଦିଆଯାଇଛି। ଏନେଇ ପରିବାର ଲୋକେ ବାରମ୍ବାର ‌ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ। ଏହାର ପ୍ରତିବାଦରେ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପରିବାରବର୍ଗ ଅନଶନରେ ବସିଛନ୍ତି। ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ପଦକ୍ଷେପ ନେବାକୁ ପରିବାରବର୍ଗ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe