ଦିଲ୍ଲୀ ଏମ୍‌ସ ଡାକ୍ତରଙ୍କ ଦ୍ବାରା ଜଗାର ସ୍ବାସ୍ଥ୍ୟ ପରୀକ୍ଷା

ପରୀକ୍ଷା ପରେ ବିଶେଷଜ୍ଞଙ୍କ ରିପୋର୍ଟ: ଜଗା ସୁସ୍ଥ, ସୋମବାର ଫେରିବ କନ୍ଧମାଳ

କଟକ : କନ୍ଧମାଳର ଯୋଡ଼ାମୁଣ୍ତ ଶିଶୁ ଜଗାର ସ୍ବାସ୍ଥ୍ୟ ପରୀକ୍ଷା କରିଛନ୍ତି ଦିଲ୍ଲୀ ଏମ୍‌ସର ଏକ ଡାକ୍ତରୀ ଟିମ୍। ଦିଲ୍ଲୀ ଏମ୍‌ସରେ ପୂର୍ବରୁ ଜଗାର ଅସ୍ତ୍ରୋପଚାର କରିଥିବା ଡାକ୍ତର ଦୀପକ ଗୁପ୍ତା ଶନିବାର ସଂଧ୍ୟାରେ ଏସ୍‌ସିବିରେ ପହଞ୍ଚି ଜଗାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି। ଗତକାଲି ଏସସିବିରେ ଜଗାର ଏମ୍‌ଆର‌୍‌ଆଇ ଓ ସିଟି ସ୍କାନ କରାଯାଇଥିଲା। ଏସ୍‌ସିବିର ସ୍ବତନ୍ତ୍ର ଟ୍ରମା କେୟାର ୟୁନିଟ୍‌ରେ ଡାକ୍ତର ଦୀପକ ଗୁପ୍ତା ଜଗାର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ଆଜି ଜଗା ନିଜ ଗାଁକୁ ଫେରି ଯିବ ବୋଲି ସୂଚନା ରହିଛି।

ସୂଚନାଯୋଗ୍ୟ, କନ୍ଧମାଳ ମିଲିପଦା ଅଞ୍ଚଳର ଭୂୟାଁ କହଁର ଓ ପୁଞ୍ଜାଞ୍ଜଳି କହଁର ୨୦୧୫ରେ ଦୁଇ ଯୋଡ଼ାମୁଣ୍ତ ଶିଶୁଙ୍କୁ ଜନ୍ମ ଦେଇଥିଲେ। ଉଭୟଙ୍କ ନାମ ଜଗା ବଳିଆ ରଖାଯାଇଥିଲାବେଳେ ସେମାନଙ୍କ ଅସ୍ତ୍ରୋପଚାର ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିଲେ। ଫଳରେ ୨୦୧୭ରେ ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର କରାଯାଇ ଉଭୟଙ୍କୁ ଅଲଗା କରାଯାଇଥିଲା। ୨୦୧୯ରେ ସେମାନେ ଏସ୍‌ସିବିକୁ ଆସିଥିଲାବେଳେ ଏଠାରେ ଗୋଟିଏ ବର୍ଷ ପରେ ବଳିଆର ମୃତ୍ୟୁ ହୋଇଯାଇଥିଲା। ତେବେ ଜଗାର ନିୟମିତ ଅନ୍ତରାଳରେ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯିବା ଆବଶ୍ୟକ ରହିଥିବାରୁ ଶନିବାର ଡାକ୍ତର ଗୁପ୍ତା ଏସ୍‌ସିବିରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe