ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଜଗାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ, ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ଚର୍ଚ୍ଚିତ ଯୋଡ଼ାମୁଣ୍ଡ ଶିଶୁ ଜଗା ତା'ର ବାପା ଓ ମା'ଙ୍କ ସହିତ ଏସ୍‌ସିବି ମେଡିକାଲ କଲେଜକୁ ଚିକିତ୍ସା ପାଇଁ ଗତ ୧୬ ତାରିଖରେ କନ୍ଧମାଳ ଜିଲ୍ଲାପାଳଙ୍କ ସହାୟତାରେ ପହଞ୍ଚିଛି ଏବଂ ତାଙ୍କୁ ଆଶୁ ଚିକିତ୍ସା ବିଭାଗରେ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖାଯାଇ ଚିକିତ୍ସା କରାଯାଉଛିା ଏସସିବି ମେଡିକାଲ କଲେଜରେ ପହଞ୍ଚିବା ପରେ ଜଗାର ପ୍ରାଥମିକ ଚିକିତ୍ସା ବିଶେଷଜ୍ଞ ଡାକ୍ତରୀ ଟିମ୍ ଦ୍ୱାରା କରାଯାଇଛିା

ନୂଆଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର ପରେ ଜଗା ମସ୍ତିଷ୍କର ସ୍ୱଭାବିକତା ପରୀକ୍ଷାନିରୀକ୍ଷା କରାଯିବା ପାଇଁ ଆଜି ନୂଆଦିଲ୍ଲୀ ଏମ୍ସର ବିଶେଷଜ୍ଞ ସ୍ନାୟୁଶଲ୍ୟ ଡାକ୍ତର ଦୀପକ ଗୁପ୍ତା ପହଞ୍ଚିଛନ୍ତି ଯିଏକି ଜଗା କାଳିଆଙ୍କୁ ଅଲଗା  କରିଥିଲୋ ଜଗାର ସ୍ୱାସ୍ଥ୍ୟ ଅବସ୍ଥା ପରୀକ୍ଷା କରିବା ପରେ ଏ ସଂପର୍କରେ ଏସସିବି ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନଙ୍କ ସହିତ ସେ ବିସ୍ତୃତ ଆଲୋଚନା କରିଛନ୍ତିା ମୋଟାମୋଟି ଜଗା ସଂପୂର୍ଣ୍ଣ ସୁସ୍ଥ ଥିବା ବିଶେଷଜ୍ଞ ଡାକ୍ତରମାନେ ମତାମତ ଦେଇଛନ୍ତି ଏବଂ ଭବିଷ୍ୟତରେ ଗତାନୁଗତିକ ଭାବେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଆବଶ୍ୟକୀୟ ଚିକିତ୍ସା କରାଯିବା ପାଇଁ ନିଷ୍ପତ୍ତି ନିଆଯିବା ସହିତ ସରକାରଙ୍କ ତରଫରୁ ଏ ବାବଦରେ ସମସ୍ତ ଖର୍ଚ୍ଚ ବହନ କରାଯିବ ବୋଲି ଜଣାପଡ଼ିଛିା

ସୂଚନାଯୋଗ୍ୟ ଯେ ୨୦୧୫ ଏପ୍ରିଲ ୯ ତାରିଖରେ କନ୍ଧମାଳ ଜିଲ୍ଲା ମିଲିପଦା ଅଞ୍ଚଳରେ ଭୂୟାଁ କହଁର ଓ ପୁଷ୍ପାଞ୍ଜଳି କହଁରଙ୍କର ଯୋଡ଼ାମୁଣ୍ଡ ଶିଶୁ ଦ୍ୱୟ ଫିରିଙ୍ଗିଆ ଡାକ୍ତରଖାନାରେ ଜନ୍ମ ହୋଇଥିଲୋ ଜନ୍ମର ୧୫ ଦିନ ପରେ ୨୪ତାରିଖରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ସ୍ନାୟୁଶଲ୍ୟ ବିଭାଗରେ ଭର୍ତ୍ତି
ହୋଇଥିଲୋ ସେତେବେଳେ ଶିଶୁଦ୍ୱୟଙ୍କୁ ବିଭିନ୍ନ ବିଶେଷଜ୍ଞଙ୍କ ଦ୍ୱାରା ପରୀକ୍ଷା କରି ଜଣାଯାଇଥିଲା ଯେ ଶିଶୁଦ୍ୱୟ କ୍ରାନିଓପାଗସ୍ରେ ପୀଡ଼ିତ ଅଛନ୍ତିା ବିଶେଷଜ୍ଞଙ୍କ ମତାମତ ଅନୁଯାୟୀ ଏହା ଏକ ବିରଳ ଚିକିତ୍ସା ଏବଂ ପ୍ରତି ୨୫ ଲକ୍ଷରେ ଜଣେ ଶିଶୁ ଏହି ରୋଗରେ ପୀଡ଼ିତ ହୋଇଥାଏା ଉଭୟଙ୍କ ଚିକିତ୍ସା ନିମନ୍ତେ ରାଜ୍ୟ ସରକାରଙ୍କ ସହାୟତାରେ ଶିଶୁଦ୍ୱୟଙ୍କୁ ୧୪ ଜୁଲାଇ ୨୦୧୭ରେ ନୂଆଦିଲ୍ଲୀର ଏମସ୍‌ରେ ଆଡମିସନ୍ କରାଯାଇଥିଲା ଏବଂ ସେଠାରେ ୬ଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର କରାଯାଇ ୨୦୧୯ ସେପ୍ଟେମ୍ବର ୬ ତାରିଖରେ ଡିସଚାର୍ଜ କରାଯାଇ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଉଭୟ ଶିଶୁଙ୍କୁ ଏସ୍ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲାା ସ୍ନାୟୁଶଲ୍ୟ ବିଭାଗର ବରିଷ୍ଠ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଉଭୟଙ୍କୁ ଚିକିତ୍ସା କରାଯାଉଥିଲା ଏବଂ ଏଥିରେ ୧୫ ଜଣିଆ ଡାକ୍ତରୀ ଟିମ୍ ନିୟୋଜିତ ହୋଇଥିଲୋ ଜଗାର ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିଲେ ମଧ୍ୟ କାଳିଆ ସେଫିସେମିଆରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ୨୦୨୦ ନଭେମ୍ବର ୨୫ ତାରିଖରେ ଆଖ ବୁଜିଥିଲାା

ଜଗାର ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବାରୁ ତାକୁ ପରିବାର ଲୋକ ୨୦୨୧ ମାର୍ଚ୍ଚ ୨୩ ତାରିଖରେ ନିଜ ଗ୍ରାମକୁ ନେବାକୁ ନିଷ୍ପତ୍ତି ନେଇଥିଲୋ ସୂଚନାଯୋଗ୍ୟ ଯେ ଜଗାକାଳିଆଙ୍କର ଏହି ବିରଳ ଅସ୍ତ୍ରୋପଚାର ସ୍ନାୟୁଶଲ୍ୟ ବିଭାଗର ଏକ ବିଶିଷ୍ଟ ପତ୍ରିକାରେ ୨୦୨୨ ମେ’ ମାସ ୬ ତାରିଖରେ ଫଟୋ ସହ ପ୍ରକାଶିତ ହୋଇଥିଲାା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe