ଆଜି ଜୟପୁର ଆସିବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ 

Advertisment
ଆଜି ଜୟପୁର ଆସିବେ ଜଗତଗୁରୁ ଶଙ୍କରାଚାର୍ଯ୍ୟ 

ଜୟପୁର: ପୁରୀ ଗୋବର୍ଦ୍ଧନ ମଠର ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ଶ୍ରୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଫେବ୍ରୁଆରି ମାସ ୪ ତାରିଖରେ ଜୟପୁର ସହରରେ ପହଞ୍ଚିବେ। ଏଥିସହ ଆସନ୍ତା ୫ ତାରିଖରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଧର୍ମସଭାରେ ଯୋଗଦେବ‌ାର କାର୍ଯ୍ୟକ୍ରମ ରହିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି। ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ବାଗତ ସମିତି ଜୟପୁରର ସଭାପତି ପ୍ରକାଶ ନାୟକଙ୍କ ସଭାପତିତ୍ବରେ ସ୍ଥାନୀୟ ସନ୍ଧ୍ୟା ଫଙ୍କସନ୍ ହଲଠାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତାରାପ୍ରାସଦ ବାହିନୀପତି, ସମିତି ସମ୍ପାଦକ ନରେଶ ମାଟାନିଆ, ଗଣମାଧ୍ୟମ ସଂଚାଳକ ପରେଶ ରଥ, ପ୍ରଶାନ୍ତ ଶତପଥୀ ଓ ବରୁଣ ଜୈନ ଉପସ୍ଥିତ ଥିଲେ।

ବିଶାଳ ହିନ୍ଦୁ ରାଷ୍ଟ୍ର ସଂଗୋଷ୍ଠୀରେ ଯୋଗ‌ଦେବା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଟ୍ରେନ୍ ‌ଯୋଗେ ମୁନିଗୁଡ଼ାରୁ ବାହାରି ଫେବ୍ରୁଆରି ୪ ତାରିଖ ରାତି ୮ଟାରେ ଜୟପର ରେଳ ଷ୍ଟେସନରେ ପହଞ୍ଚିବେ। ସେଠାରୁ ବିଶାଳ ଶୋଭାଯାତ୍ରାରେ ତାଙ୍କୁ ସ୍ବାଗତ କରାଯିବା ପରେ ସେ ଜୟପୁର ସହର ଗାନ୍ଧୀଛକ ନିକଟ ଅର୍ଣ୍ଣପୂର୍ଣ୍ଣାନଗରରେ ନରସିଂହ ପଣ୍ଡାଙ୍କ ଘରେ ରାତ୍ରୀଯାପନ କରି ବିଶ୍ରାମ ନେବେ। ଫେବ୍ରୁଆରି ୫ ତାରିଖରେ ସ୍ଥାନୀୟ ଦଶହରା ପଡ଼ିଆରେ ଆୟୋଜିତ ବିଶାଳ ଧର୍ମସଭାରେ ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆର୍ଶୀବଚନ ପ୍ରଦାନ କରିବେ। ଅପରାହ୍ନ ୫ଟାରେ ପୂଜ୍ୟ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିବାସ ସ୍ଥାନରେ ଧର୍ମ, ରାଷ୍ଟ୍ର, ଆଧ୍ୟାତ୍ମିକତାକୁ ନେଇ ଏକ ହିନ୍ଦୁ ରାଷ୍ଟ୍ର ସଂଗୋଷ୍ଠୀର ଭବ୍ୟ ଅୟୋଜନ କରାଯିବ, ସେଠ‌ାରେ ତାଙ୍କର ଦର୍ଶନ ସହିତ ପ୍ରଶ୍ନବାଚକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହାପରେ ୬ ତାରିଖ ପୂର୍ବାହ୍ନ ୧୧ଟାରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିବାସରେ ବିଚାର ସଂଗୋଷ୍ଠୀରେ ଯୋଗଦେବା ସହ ଦୀକ୍ଷା ପ୍ରଦାନ କରିବେ। ଏହାପରେ ଅପରାହ୍ନ ୪ଟାରେ ରାସ୍ତା ଯୋଗେ ବୋରିଗୁମ୍ମା, କୋଟପାଡ଼ ଦେଇ ଜଗଦଲପୁର ଯିବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ଆଜିର ଏହି ସାମ୍ବାଦିକ ସମ୍ମଳିନୀରେ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe