ଜଗତସିଂହପୁର ମନ୍ତ୍ରୀଶୂନ୍ୟ, କଟକର ସଂଖ୍ୟା ହ୍ରାସ

Advertisment
କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ଏକ ନମ୍ବର: ମନ୍ତ୍ରୀ

ମନ୍ତ୍ରୀ ଶୂନ୍ୟ ଥିବା କେନ୍ଦ୍ରାପଡ଼ା ପାଇବ ୨ ମନ୍ତ୍ରୀ
ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ହେବେ ମୁଖ୍ୟ ସଚେତକ

କଟକ : କଟକ ଜିଲ୍ଲାରୁ ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ (ରାଜା) ମନ୍ତ୍ରୀ ପଦ ବଜାୟ ରଖିବେ। କେନ୍ଦ୍ରାପଡ଼ାରୁ ଆଳି ବିଧାୟକ ପ୍ରତାପ ଦେବ ଓ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ଏହି ୩ଟି ଜିଲ୍ଲାରୁ ପୂର୍ବରୁ ୩ ଜଣ ମନ୍ତ୍ରୀ ଥିବା ବେଳେ ଗଠନ ହେବାକୁ ଥିବା ମନ୍ତ୍ରିମଣ୍ଡଳରେ ବି ୩ ଜଣ ରହିବେ। କେନ୍ଦ୍ରାପଡ଼ା ଜିଲ୍ଲା ନବୀନ ପଟ୍ଟନାୟକଙ୍କ ଚତୁର୍ଥ ପାଳିରେ ଏଯାଏ କିନ୍ତୁ ମନ୍ତ୍ରୀ ଶୂନ୍ୟ ରହିଥିବା କେନ୍ଦ୍ରାପଡ଼ାରୁ ଏକାଥରେ ଦୁଇ ଜଣ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ମନ୍ତ୍ରିମଣ୍ଡଳରୁ ବାଦ୍ ପଡିଥିବା ବେଳେ ଜିଲ୍ଲା ଏବେ ମନ୍ତ୍ରୀ ଶୂନ୍ୟ ହେବାକୁ ଯାଉଛି। କିନ୍ତୁ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ମୁଖ୍ୟ ସଚେତକ ପଦ ଦିଆଯାଉଛି। ଅନ୍ୟପଟେ ‌କଟକ ଜିଲ୍ଲାରୁ ୨ ଜଣ ମନ୍ତ୍ରୀ ଥିବା ବେଳେ ପ୍ରତାପ ଜେନା ବାଦ୍ ପଡୁଛନ୍ତି ଏବଂ ରାଜା ସ୍ବାଇଁ ପଦ ବଜାୟ ରଖୁଛନ୍ତି। ଏଭଳି ସ୍ଥିତିରେ କଟକ ଜିଲ୍ଲାରେ ବି ମନ୍ତ୍ରୀ ସଂଖ୍ୟା ହ୍ରାସ ପାଇଛି। ପୂର୍ବରୁ କଟକ ଜିଲ୍ଲାରୁ ନବୀନଙ୍କ ମନ୍ତ୍ରିମଣ୍ଡଳରେ ଏକ ସମୟରେ ତିନି ତିନି ଜଣ ମନ୍ତ୍ରୀ ରହିବାର ନଜିର ରହିଛି। କିନ୍ତୁ ଜିଲ୍ଲାର ୯ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ହାତରେ ୮ଟି ବିଧାନସଭା ଆସନ ଥିବା ବେଳେ ଜିଲ୍ଲାକୁ ଏବେ ଜଣେ ମନ୍ତ୍ରୀରେ ସନ୍ତୁଷ୍ଟ ହେବାକୁ ପଡିଛି।

ମନ୍ତ୍ରିମଣ୍ଡଳରେ ପୁଣି ଥରେ ସ୍ଥାନ ପାଇବାକୁ ଯାଉଥିବା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କୁ ଯେଉଁ ଦାୟିତ୍ବ ଦେବେ ତାହାକୁ ନିଷ୍ଠାର ସହ ପାଳନ କରିବେ। କେନ୍ଦ୍ରାପଡା ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସେ ତାଙ୍କର ପ୍ରୟାସ ଜାରି ରଖିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି। କେନ୍ଦ୍ରାପଡାରୁ ପୁଣି ଥରେ ମନ୍ତ୍ରୀ ହେବାକୁ ଯାଉଥିବା ଆଳି ବିଧାୟକ ପ୍ରତାପ ଦେବ ମଧ୍ୟ ଅନୁରୂପ ମନ୍ତବ୍ୟ ଦେଇଛନ୍ତି। ଅନ୍ୟପଟେ ମୁଖ୍ୟ ସଚେତକ ଭାବେ ମନ୍ତ୍ରୀ ପାହ୍ୟା ପାଇଥିବା ପ୍ରଶାନ୍ତ ମୁଦୁଲି ତାଙ୍କୁ ମୁଖ୍ୟମନ୍ତ୍ରୀ ଯେଉଁ ଦାୟିତ୍ବ ଦେବେ ତାହାକୁ ସେ ପାଳନ କରିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ବାଗତ କରୁଛନ୍ତି ବୋଲି କହିଛନ୍ତି। କେନ୍ଦ୍ରାପଡ଼ାର ୫ ବିଧାନସଭା ଆସନରୁ ୫ଟିଯାକ ବିଜେଡି ହାତରେ ଥିବା ବେଳେ ଏବେ ଜିଲ୍ଲା ୨ ଜଣ ମନ୍ତ୍ରୀ ପାଇବାକୁ ଯାଉଛି। ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ୪ଟି ବିଧାନସଭା ଆସନ ମଧ୍ୟରୁ ୪ଟିଯାକ ବିଜେଡି ହାତରେ ଥିବା ବେଳେ ଜିଲ୍ଲା ଏବେ ମନ୍ତ୍ରୀ ଶୂନ୍ୟ ହେବାକୁ ଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe