ଜଗତସିଂହପୁରକୁ ପଶ୍ଚିମବଙ୍ଗ ଭୟ : ବାହାର ରାଜ୍ୟରୁ ଜିଲ୍ଲାକୁ ଫେରିବେ ସାତ ହଜାରୁ ଅଧିକ

୧୫୬ ଜଣଙ୍କ କୋଲକାତା ଲିଙ୍କ୍, ଶହେ ଜଣଙ୍କ ରିପୋର୍ଟ ନେଗେଟିଭ୍, ୫୬ ରିପୋର୍ଟକୁ ଅପେକ୍ଷା

ଦେଶର ବିଭିନ୍ନ ସ୍ଥାନରେ ଫସିରହିଥିବା ଲୋକମାନଙ୍କୁ ଘରକୁ ଫେରିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର, ଗୃହ ମନ୍ତ୍ରାଳୟ ପକ୍ଷରୁ ସର୍କୁଲାର ଜାରି

National Herald

ଜଗତସିଂହପୁର ଟାଉନ୍ : ଜଗତସିଂହପୁର ଜିଲ୍ଲା ଆଜି ପର୍ଯ୍ୟନ୍ତ ଗ୍ରୀନ୍ ଜୋନ୍‌ରେ ରହିଛି। ପ୍ରଶାସନିକ ତତ୍ପରତା ପାଇଁ ଜିଲ୍ଲା କରୋନା କବଳରୁ ମୁକ୍ତ ପାଇ ଯାଇଛି ବୋଲି କୁହାଯାଉଛି। ହେଲେ ଜିଲ୍ଲାକୁ ପଶ୍ଚିମବଙ୍ଗ ଭୟ ଡରାଉଛି । ଜିଲ୍ଲାର ୧୫୬ ଜଣଙ୍କ ପଶ୍ଚିମବଙ୍ଗ ଲିଙ୍କ୍ ଥିବା ବେଳେ ସମସ୍ତଙ୍କ ସ୍ୱାବ୍ ଟେଷ୍ଟ ପାଇଁ ପଠାଯାଇଛି । ସେଥିରୁ ଶହେ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି। ତେବେ ଆଗକୁ ଜିଲ୍ଲାକୁ ରାଜ୍ୟ ବାହାରୁ ଆସିବାକୁ ଚାହୁଁଥିବା ୭ ହଜାରରୁ ଅଧିକ ଲୋକଙ୍କୁ କିପରି ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିବ ତାକୁ ନେଇ ଚିନ୍ତା ବଢ଼ିଛି।

ପ୍ରଶାସନର ତଥ୍ୟ ଅନୁସାରେ ଏପର୍ଯ୍ୟନ୍ତ ଜିଲ୍ଳାରେ ମୋଟ୍ ୫୩୭ ଜଣଙ୍କ ସ୍ୱାବ୍ ଟେଷ୍ଟ କରାଯାଇଛି । ୫୧୧ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଆଜି ଆହୁରି ୪୦ ଜଣଙ୍କ ସ୍ୱାବ୍ ନିଆଯିବାର ଯୋଜନା ରହିଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଜିଲ୍ଲାରୁ ବାହାର ରାଜ୍ୟରେ ଥିବା ଲୋକମାନେ ଘରକୁ ଆସିବାକୁ ଅଣ୍ଟା ଭିଡ଼ିଛନ୍ତି । ଆଜି ଦିନ ୧ଟା ରିପୋର୍ଟ ଅନୁସାରେ ପୋର୍ଟାଲରେ ୮୦୪ ଜଣ ବାହାର ରାଜ୍ୟରୁ ଘରକୁ ଆସିବାକୁ ପଞ୍ଜିକରଣ କରିଛନ୍ତି। ପରିବାର ଧରି ବାହାରେ ରହୁଥିବା ବ୍ୟକ୍ତି ଘରକୁ ଆସିବାକୁ ସେତେଟା ରାଜି ନଥିବା ବେଳେ ମେସ୍ କରି ରହୁଥିବା ଶ୍ରମିକମାନେ ଘରକୁ ଫେରିବାକୁ ବ୍ୟାକୁଳ ହେଉଥିବା ପ୍ରଶାସନ କହିଛି । ତେବେ ସେମାନଙ୍କ ସଂଘ୍ୟା ୭ ହଜାରୁ ଅଧଇକ ହେବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ ଲକ୍‌ଡାଉନ୍ ମେ ୩ରେ ସରିବା ପରେ ଯଦି ଏମାନେ ଜିଲ୍ଳାକୁ ଫେରନ୍ତି ତେବେ ତାଙ୍କୁ ପଞ୍ଚାୟତ ସ୍ତରରେ କରାଯାଇଥିବା କ୍ୱାରେଣ୍ଟିନ୍ ଘରେ ରଖାଯିବ। ଏନେଇ ଜିଲ୍ଳାପାଳ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୮ଟି ବ୍ଲକ୍‌ର ବିଡ଼ିଓ ଏବଂ ପାରାଦୀପ ଓ ଜଗତସିଂହପୁର ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି । ଶ୍ରମିକମାନେ ଯଦି ଆସନ୍ତି ତେବେ ତାଙ୍କୁ ୧୪ ଦିନ ସଙ୍ଗରୋଧ ଘରେ ରଖିବା ସହ ଖାଇବାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ କେମିତି ଏଭଳି ସଙ୍କଟ ସମୟକୁ ଜିଲ୍ଲା ପ୍ରଶାସନ ମୁକାବିଲା କରିବ ତାକୁ ନେଇ ପ୍ରସ୍ତୁତି ଜୋର ଦାର କରାଯାଇଛି । ଜିଲ୍ଲାର ସବୁ ସୀମାକୁ ସିଲ୍ କରାଯାଇଛି । ଧର୍ମାନୁଷ୍ଠାନ ମାନଙ୍କରେ ୧୪୪ ଧାରା ଲଗାଯାଇଛି । ଗୋରଖନାଥପୀଠରେ ୧୪୪ ଧାରା ଜାରି କରାଯିବା ଫଳରେ ଦୀର୍ଘ ବର୍ଷ ଧରି କରାଯାଉଥିବା ବାର୍ଷିକ ଯଜ୍ଞ ବନ୍ଦ ହୋଇଯାଇଛି । ସେହିପରି ମା ଶାରଳାଙ୍କ ମନ୍ଦିରରେ ଚନ୍ଦନ ଯାତ୍ରାରେ କଟକଣା କରାଯାଇଛି । ମା’ଙ୍କ ଚଳନ୍ତି ପ୍ରତିମା ଏବର୍ଷ ଚନ୍ଦନ ପୋଖରୀରେ ଚାପ ଖେଳି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe