ଅଡୁଆରେ ତିର୍ତ୍ତୋଲ ବିଧାୟକ; କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଜଗତସିଂହପୁର ଏସ୍‌ପିଙ୍କ ଚିଠି

Advertisment

ସେକ୍ସ ରାକେଟ୍‌ ଅଭିଯୋଗର ତଦନ୍ତ ହେବ

ସେକ୍ସ ରାକେଟ୍‌ ଅଭିଯୋଗର ତଦନ୍ତ ହେବ

ଅକଳରେ ବିଧାୟକ ବିଜୟଶଙ୍କର: ବିବାହ ସଂପର୍କିତ ତଦନ୍ତ ପ୍ରକ୍ରିୟାରେ ସୋମାଲିକାଙ୍କୁ ସୁଯୋଗ

କଟକ/ଜଗତସିଂହପୁର ଟାଉନ: ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ  ଅଡ଼ୁଆ ବଢ଼ିବା ଆଶଙ୍କା ଦେଖାଦେଇଛି। ବିଜୟଶଙ୍କର ସେକ୍ସ ରାକେଟ୍ ଚଳାଉଥିବା ଏବଂ ଏହି ରାକେଟରେ ନିରୀହ ଯୁବତୀଙ୍କୁ ନିୟୋଜିତ କରିଥିବା ଭଳି ଚାଞ୍ଚଲ୍ୟକର ଅଭିଯୋଗ ପୂର୍ବରୁ ତାଙ୍କ ବାନ୍ଧବୀ ଆଣିଥିବା ବେଳେ ଏବେ ଏହି ଅଭିଯୋଗର ତଦନ୍ତ ପାଇଁ ଜଗତସିଂହପୁର ଏସ୍‌ପି ଅଖିଳେଶ୍ବର ସିଂହ କ୍ରାଇମବ୍ରାଞ୍ଚକୁ ଚିଠି ଲେଖିଛନ୍ତି। ଫଳରେ ଏବେ ଏହି ଅଭିଯୋଗର କ୍ରାଇମବ୍ରାଞ୍ଚ ତଦନ୍ତର ସମ୍ଭାବନା ଦେଖାଦେଇଛି।

ସୂଚନା ଅନୁଯାୟୀ, ପ୍ରଥମେ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଓ ତାଙ୍କ ପ୍ରେମିକା ସୋମାଲିକା ଦାସଙ୍କ ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଉଭୟଙ୍କ ବିବାଦ ଏବଂ ଆପୋସ ଆଲୋଚନା ମଧ୍ୟରେ ବିବାହ ପାଇଁ ନିଷ୍ପତ୍ତି ବି ସାରା ରାଜ୍ୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା।  ବିବାହ କରିବାକୁ ଗଲା ମେ ମାସ ୧୭ ତାରିଖରେ ଉଭୟ ସୋମାଲିକା ଓ ବିଜୟ ବିବାହ ପାଇଁ ସବରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ। ଜୁନ ୧୭ ତାରିଖରେ ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି ବିଜୟଙ୍କୁ ଅପେକ୍ଷା କରିଥିଲେ ବି ବିଜୟ କିନ୍ତୁ ଆଉ ପହଞ୍ଚି ନଥିଲେ। ଏହି ଘଟଣା‌ ପରେ ତାଙ୍କୁ ପ୍ରତିଶ୍ରୁତି ଦେଇ ବିଜୟଶଙ୍କର ଧୋକା ଦେଇଛନ୍ତି ବୋଲି ଅଭିଯୋଗ କରିଥିଲେ ଏବଂ ପରେ ପରେ ବିଧାୟକ ଶ୍ରୀ ଦାସ ସେକ୍ସ କାରବାର ଚଳାଉଥିବା ଭଳି ସଂଗିନ ଅଭିଯୋଗ ଥାନାରେ କରିଥିଲେ ସୋମାଲିକା।

ଜଗତସିଂହପୁର ଥାନା ପୁଲିସ  ଜୁନ ୧୮ ତାରିଖରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। କିନ୍ତୁ ଘଟଣାର ସମ୍ବେଦନଶୀଳତାକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲା ଏସ୍‌ପି ଶ୍ରୀ ସିଂହ ଏବେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିସ୍ କରିବା ପରେ ବିଧାୟକଙ୍କ ଅଡ଼ୁଆ ବଢ଼ିଛି ବୋଲି ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe