ଜଗତସିଂହପୁର ଜିଲ୍ଲାର ମା’ ଶାରଳାଙ୍କ ପୀଠ ଓ ବାଲିକୁଦା ଭଗବତୀ ମନ୍ଦିର ପରିସର ଜନଶୂନ୍ୟ

Advertisment
ଜଗତସିଂହପୁର ଜିଲ୍ଲାର ମା’ ଶାରଳାଙ୍କ ପୀଠ ଓ ବାଲିକୁଦା ଭଗବତୀ ମନ୍ଦିର ପରିସର ଜନଶୂନ୍ୟ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା’ ଶାରଳାଙ୍କ ପୀଠ ସମେତ ବାଲିକୁଦା ଭଗବତୀ ମନ୍ଦିରରେ ପଣା ସଂକ୍ରାନ୍ତି ପାଇଁ ୧୪୪ ଧାରା ଜାରି କରାଯାଇଛି। ପଣା ସଂକ୍ରାନ୍ତିରେ ମା’ଙ୍କ ନିକଟରେ ଝାମୁଯାତ୍ରା କରାଯାଏ।  ଏଠାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ। ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ୧୪୪ ଧାରା ଜାରି କରିବା ସହ ଝାମୁ ଯାତ୍ରାକୁ ବନ୍ଦ କରିଛି। ଗୋଟିଏ ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକତ୍ର ନ ହେବାକୁ କଡ଼ା ନିର୍ଦେଶ ଦିଆଯାଇଛି।

publive-image
ଘଟଣାସ୍ଥଳରେ ତିର୍ତ୍ତୋଲ ତହସିଲଦାର ସୁଜାତା ପାତ୍ର , ତିର୍ତ୍ତୋଲ ଥାନା ଅଧିକାରୀ କୈଳାସ ଚନ୍ଦ୍ର ମିଶ୍ର ଓ ମନ୍ଦିରର ନିର୍ବାହୀ ଅଧିକାରୀ ଡାକ୍ତର ସୌର୍ଯ୍ୟ ରଞ୍ଜନ ପରିଜା ପ୍ରମୁଖ ରାତି ୩ଟାରୁ ଉପସ୍ଥିତ ରହି ତଦାରଖ କରୁଛନ୍ତି। ସେଠାରେ ୨ ସେକ୍ସନ ପୁଲିସ ମୁତୟନ କରାଯାଇଛି। ଏବେ ଜନଶୂନ୍ୟ ହୋଇ ପଡ଼ିଛି ମା’ଙ୍କ ମନ୍ଦିର ପରିସର। ଲୋକେ ବି ସଚେତନ ହୋଇଥିବାର ଲକ୍ଷ୍ୟ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe