ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ: ଟ୍ରେଣ୍ଡ-ସେଟର୍‌ ଥିଲେ ଜଗଦୀଶ ମହାନ୍ତି

ଟାଟା ଷ୍ଟିଲ୍‌ ଭୁବନେଶ୍ବର ସାହିତ୍ୟ ଉତ୍ସବ: ଟ୍ରେଣ୍ଡ-ସେଟର୍‌ ଥିଲେ ଜଗଦୀଶ ମହାନ୍ତି

ଭୁବନେଶ୍ବର : ସତୁରି ଦଶକରେ ସ୍ଥିତିବାଦୀ ଚେତନା ଭାରତର ବିଭିନ୍ନ ଭାଷା ସାହିତ୍ୟକୁ ପ୍ରବେଶ କରିସାରିଥିଲା। ହେଲେ ଓଡ଼ିଶାରେ କୌଣସି ଲେଖକ ସେଭଳି ଲେଖା ଲେଖୁ ନଥିଲେ। ସେତେବେଳେ ଜଗଦୀଶ ମହାନ୍ତି ହିଁ ପ୍ରଥମ କଥାକାର, ଯିଏ ଚତୁଃପାର୍ଶ୍ବରୁ ଚରିତ୍ରମାନଙ୍କୁ ଉଦ୍ଧାର କରି ନିଜ ଗଳ୍ପ, ଉପନ୍ୟାସରେ ସ୍ଥାନ ଦେଉଥିଲେ। ତାହା ପାଠକଙ୍କର ବି ପସନ୍ଦ ହେଉଥିଲା। ସେଥିପାଇଁ ଓଡ଼ିଆ ସାହିତ୍ୟରେ ଜଗଦୀଶଙ୍କୁ ସମକାଳୀନ ଟ୍ରେଣ୍ଡ୍‌-ସେଟ୍‌ର କୁହାଯାଏ।

ପଞ୍ଚମ ଅଧିବେଶନର ଆଲୋଚନା ‘ଜଗଦୀଶ ମହାନ୍ତିଙ୍କ କଥାଜଗତ’ରେ ବିଶିଷ୍ଟ ଗାଳ୍ପିକା ତଥା ସ୍ବର୍ଗତ ମହାନ୍ତିଙ୍କ ପତ୍ନୀ ସରୋଜିନୀ ସାହୁ ଅତିଥି ଭାବେ ଯୋଗଦେଇ ଏହା କହିଛନ୍ତି। ଗାଳ୍ପିକ ପରେଶ ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଅଧିବେଶନରେ ଅନ୍ୟତମ ଅତିଥି ଅନୁବାଦକ ହିମାଂଶୁ ମହାପାତ୍ର ଯୋଗ ଦେଇଥିଲେ। ସ୍ବର୍ଗତ ମହାନ୍ତିଙ୍କ ଉପନ୍ୟାସ ‘ନିଜ ନିଜ ପାନିପଥ’ର ଇଂରାଜୀ ଅନୁବାଦ (ବ୍ୟାଟେଲ୍ସ ଅଫ୍‌ ଆୱାର୍‌ ଓନ୍‌) ବେ‌ଳର ଅନୁଭୂତି ସେ ବଖାଣିଥିଲେ। ସେ କହିଥିଲେ ଯେ ଅନୁବାଦ ହୋଇପାରୁନଥିବାରୁ ଅନେକ କାଳଜୟୀ ଓଡ଼ିଆ କୃତି ବିଶ୍ବ ଦରବାରରେ ଉପସ୍ଥାପିତ ହୋଇପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe