ଜୟ ପୋଷ୍ୟ ପୁଅ, ସେଥିପାଇଁ ବିଜେପିରେ ମିଶିଲେ: ବିଜେଡିର ତେରଛା ବାଣ

ବିଜେପିରେ ଜୟ ଢୋଲକିଆ ମିଶିବା ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଜୟ କହିଥିଲେ ନବୀନ ମୋ ନେତା। ହେଲେ ବିଜେପିରେ ମିଶିଲେ। ଏହାର କୌଣସି ପ୍ରଭାବ ନିର୍ବାଚନରେ ପଡ଼ିବ ନାହିଁ....

Jai is an adopted son, that's why he joined BJP: BJD'

Jai is an adopted son, that's why he joined BJP: BJD

ଭୁବନେଶ୍ବର: ବିଜେପିରେ ଜୟ ଢୋଲକିଆ ମିଶିବା ନେଇ ବିଜେଡି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ହୋଇଛି। ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା କହିଛନ୍ତି, ଜୟ କହିଥିଲେ ନବୀନ ମୋ ନେତା। ହେଲେ ବିଜେପିରେ ମିଶିଲେ। ଏହାର କୌଣସି ପ୍ରଭାବ ନିର୍ବାଚନରେ ପଡ଼ିବ ନାହିଁ। ଜୟଙ୍କ ମୁଖା ଖୋଲିଗଲା।

ବିଜେପି ଦଳର ଘୋଡ଼ା ବେପାରରେ ସେ ସାମିଲ ହୋଇଗଲେ। ରାଜେନ୍ଦ୍ର ଢୋଲକିଆଙ୍କୁ ନବୀନ ପଟ୍ଟନାୟକ କ୍ୟାବିନେଟ୍ ମନ୍ତ୍ରୀ କରିଥିଲେ।

ରାଜେନ୍ଦ୍ର ଢୋଲକିଆଙ୍କ ଆତ୍ମା କେବେ ଜୟଙ୍କୁ କ୍ଷମା ଦେବନି। ମୁଖ୍ୟମନ୍ତ୍ରୀ କିଛି ଦିନ ପୂର୍ବରୁ ଶିଳାନ୍ୟାସ କରିଥିବା ପ୍ରକଳ୍ପକୁ ନବୀନ
ଉଦ୍‌ଘାଟନ କରିଥିଲେ।   ବିଜେପିରେ ଜୟଙ୍କର ଏ ମିଶ୍ରଣ ଲୋକଙ୍କ ଦ୍ୱାରା ନାପସନ୍ଦ ହୋଇଛି।

ଜୟ ପ୍ରକୃତରେ ଯଦି ରାଜେନ୍ଦ୍ରଙ୍କ ନିଜ ପୁଅ ହେଇ ଥାଆନ୍ତେ ସେ ବିଜେପିରେ ମିଶି ନଥାନ୍ତେ। ଜୟ ଢୋଲକିଆ ପୋଷ୍ୟ ପୁଅ ଯୋଗୁ ବିଜେପିକୁ ଗଲେ।

ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ଜୟ ଢୋଲକିଆଙ୍କ ଦେହରେ ନାହିଁ ବୋଲି ପ୍ରତାପ ଜେନା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe