କଟକ: ଚୌଦ୍ବାର ସର୍କଲ୍ ଜେଲ୍ ବରିଷ୍ଠ ଅଧୀକ୍ଷକ ସୁଜିତ କୁମାର ରାଉଳ ଓ ଚୌଦ୍ବାର ଜେଲ୍ର ପୂର୍ବତନ ଜେଲର ତଥା ବର୍ତ୍ତମାନ କଣ୍ଟାବାଞ୍ଜି ଉପକାରାଗାର ଜେଲର୍ ସନ୍ତୋଷିନୀ ଦାଶଙ୍କ ମଧ୍ୟରେ ବିବାଦ ଥମିବାର ନାଁ ଧରୁନାହିଁ। ଶ୍ରୀମତୀ ଦାଶ ଆଇନଜୀବୀଙ୍କ ମାଧ୍ୟମରେ ବରିଷ୍ଠ ଜେଲ୍ ଅଧୀକ୍ଷକଙ୍କୁ ଲିଗାଲ୍ ନୋଟିସ୍ ପଠାଇଛନ୍ତି। ତାଙ୍କ ବିରୋଧରେ ଚୌଦ୍ବାର ଥାନାରେ ରୁଜୁ ହୋଇଥିବା ଏତଲାକୁ ଆଧାର କରି ଏଭଳି ଲିଗାଲ୍ ନୋଟିସ୍ ପଠାଇଛନ୍ତି। ଆସନ୍ତା ସାତ ଦିନ ମଧ୍ୟରେ ଏହାର ଜବାବ ରଖିବାକୁ କୁହାଯାଇଛି। ଜବାବ ନ ଦେଲେ ଆଇନ ଅନୁଯାୟୀ କୋର୍ଟରେ ମାନହାନି ମକଦ୍ଦମା କରିବେ ବୋଲି ଦର୍ଶାଯାଇଛି।
Farmers: ବନ୍ୟା ସହାୟତା ରାଶି ନମିଳିଲେ ଆନ୍ଦୋଳନକୁ ଓହ୍ଲାଇବେ ଶହଶହ ଚାଷୀ
ଲିଗାଲ୍ ନୋଟିସ୍ ପଠାଇଲେ ଜେଲର୍
ସାତ ଦିନରେ ଜବାବ, ନଚେତ ମାନହାନି ମକଦ୍ଦମା
୨୦୨୫ ଅକ୍ଟୋବର ୩ରେ ଦୁଇ ଦୁର୍ଦ୍ଦାନ୍ତ ବିହାରୀ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ କୁମାର ଫେରାର ଘଟଣାରେ ଜେଲ୍ ଅଧୀକ୍ଷକଙ୍କ ବିରୋଧରେ ଏତଲା ଦେଇଥିଲେ ଶ୍ରୀମତୀ ଦାଶ। ଏହାପରେ ଶ୍ରୀମତୀ ଦାଶଙ୍କ ବିରୋଧରେ ଚୌଦ୍ବାର ଥାନାରେ ଶ୍ରୀ ରାଉଳଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଥିଲା। ଏହି ଅଭିଯୋଗ ଅନୁଯାୟୀ, ଚୌଦ୍ବାର ଜେଲ୍ରୁ ବଦଳି ହେବା ପରେ ନୂଆ କରି କାର୍ଯ୍ୟରେ ଯୋଗ ଦେଇଥିବା ରଘୁରାଜ ମାଝୀଙ୍କୁ କ୍ୟାଣ୍ଟିନର ଆର୍ଥିକ କାରବାର ସମ୍ପର୍କିତ ଦସ୍ତାବିଜ ପ୍ରଦାନ କରିନଥିଲେ। ଅନେକ କଏଦୀଙ୍କୁ ବିନା କାରଣରେ ନିର୍ଯାତନା ଦେଇଥିବା, ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ରାଜା ଓ ମଧୁକାନ୍ତଙ୍କୁ ଦୁର୍ଗାପୂଜା ସମୟରେ ଦୁଇ ଥର ବିନା ଅନୁମତିରେ ଆଣିଥିବା ଏତଲାରେ ଦର୍ଶାଇଥିଲେ। କିନ୍ତୁ ଏଭଳି ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀମତୀ ଦାଶ। ଅନ୍ୟପଟେ ଜେଲ୍ ବିଭାଗ ପକ୍ଷରୁ ମଗାଯାଇଥିବା କୈଫିୟତର ଉତ୍ତର ଶ୍ରୀମତୀ ଦାଶ ପଠାଇଛନ୍ତି। ଡିଆଇଜିଙ୍କ ତଦନ୍ତ ସମୟରେ ବରିଷ୍ଠ ଅଧୀକ୍ଷକଙ୍କ ସରକାରୀ ଦସ୍ତାବିଜ ଜାଲିଆତି ହୋଇଥିବା ସମ୍ପର୍କରେ ଉଲ୍ଲେଖ ଥିଲା। ଏହି ଦସ୍ତାବିଜ ସହିତ ଶ୍ରୀମତୀ ଦାଶ ବିଭାଗ ନିକଟରେ ଜବାବ ଦାଖଲ କରିଥିବା ଜଣାଯାଇଛି।
Patanjali: ପତଞ୍ଜଳି ଏମର୍ଜେନ୍ସି ଆଣ୍ଡ୍ କ୍ରିଟିକାଲ୍ କେୟାର ହସ୍ପିଟାଲ୍ ଲୋକାର୍ପିତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/06/24/jail-2025-06-24-01-57-26.jpg)