ଜେଲ୍ ବିଭାଗର ନୂଆ ନିଷ୍ପତ୍ତି : ନିଜ ଜିଲ୍ଲାରେ ଅଫିସରଙ୍କୁ ନିଯୁକ୍ତି ମନା

Advertisment
ଜେଲ୍ ସଂକ୍ରମଣ ରୋକିବାକୁ ଗୃହ ବିଭାଗର ନୂଆ ଏସ୍ଓପି, ପିପିଇ କିଟ୍ ପିନ୍ଧିବାକୁ ଏସକର୍ଟଙ୍କୁ ପରାମର୍ଶ

54.254.97.154

କଟକ : ଜେଲ୍‌ର କୌଣସି ଅଧିକାରୀ ଏବେ ନିଜ ସ୍ଥାୟୀ ବାସସ୍ଥାନ ଅଞ୍ଚଳରେ ଥିବା ଜେଲ୍‌ରେ କାର୍ଯ୍ୟ କରିପାରି‌ବେ ନାହିଁ। ଏଭଳି ଏକ ନୂଆ ନିଷ୍ପତ୍ତି ନେଇଛି ଜେଲ୍ ବିଭାଗ। ଜେଲ୍‌ର ଵାର୍ଡରଙ୍କଠାରୁ ଆରମ୍ଭ କରି ଅଧୀକ୍ଷକଙ୍କ ପର୍ଯ୍ୟନ୍ତ ଅଧିକାରୀ ଅପରାଧୀଙ୍କୁ ସହଯୋଗ କରିବା ଭଳି ବିଭିନ୍ନ ସମୟରେ ଅଭିଯୋଗ ଆସୁଛି। ଜେଲ୍ ବିଭାଗର ଅନେକ ଅଫିସର ଓ କର୍ମଚାରୀ ନିଜ ଜିଲ୍ଲା ଓ ଉପଖଣ୍ଡ ଅଞ୍ଚଳରେ କାମ କରୁଥିବାରୁ ସେମାନେ ଜେଲ୍‌ରେ ଅପରାଧୀଙ୍କୁ ସ୍ବତନ୍ତ୍ର ସହାୟତା ଯୋଗାଇ ଦେଉଥିବା ଅଭିଯୋଗ ହେଉଛି। ଅପରାଧୀଙ୍କୁ ଜେଲ୍ ଭିତରେ ମୋବାଇଲ, ସିମ୍‌ କାର୍ଡ ସମେତ ନିଶାଦ୍ରବ୍ୟ ସହଜରେ ମିଳିଯାଉଥିବାରୁ ବିଶୃଙ୍ଖଳା ବଢ଼ୁଛି। ଏଥିପାଇଁ ଏବେ ନିଜ ଜିଲ୍ଲାରେ ଅଫିସର ଏବଂ ତଳିଆ କର୍ମଚାରୀଙ୍କ ନିଯୁକ୍ତି ଓ ବଦଳି ଉପରେ ନୂଆ ନିୟମାବାଳୀ ବିଭାଗ ପକ୍ଷରୁ ଜାରି କରାଯାଇଛି।

ସୂଚନା ଅନୁଯାୟୀ, ରାଜ୍ୟରେ ଏବେ କାରାଗାର ବିଭାଗ ଅଧିନରେ ୮୫ଟି ଜେଲ୍ କାର୍ଯ୍ୟ କରୁଛି। ଏଥିରେ ପାଖାପାଖି ୩୦୦ ଅଫିସର ଏବଂ ୧୨ ଶହ ଵାର୍ଡର୍ କାମ କରୁଛନ୍ତି। ତେବେ ଏମାନଙ୍କ ମଧ୍ୟରେ ଅନେକ ଅଫିସର ନିଜ ଜିଲ୍ଲାରେ କାର୍ଯ୍ୟ କରୁଥିବା ଘଟଣା ସାମନାକୁ ଆସିଛି। କାରାଗାର ବିଭାଗରେ ଶୃଙ୍ଖଳା, ସ୍ବଚ୍ଛତା, ଗୁଣାତ୍ମକ କାର୍ଯ୍ୟ ପାଇଁ ବଦଳି ଓ ନିଯୁକ୍ତି କ୍ଷେତ୍ରରେ ଆଜି ଏକ ସ୍ବତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଵାର୍ଡର୍, ଚିଫ୍ ଵାର୍ଡର୍, ସବ-ଆସିଷ୍ଟାଣ୍ଟ ଜେଲର, ଆସିଷ୍ଟାଣ୍ଟ ଜେଲର ନିଜ ଉପଖଣ୍ଡ ଅଞ୍ଚଳରେ କାମ କରିପାରିବେ ନାହିଁ। ସେହିପରି ଜେଲର, ଅଧୀକ୍ଷକ, ବରିଷ୍ଠ ଅଧୀକ୍ଷକ, ଜେଲ୍ ଡିଆଇଜି ନିଜ ଜିଲ୍ଲାରେ କାର୍ଯ୍ୟ କରିପାରିବେ ନାହିଁ। ଏହି ଆଧାରରେ ଏଣିକି କାରାଗାର ବିଭାଗରେ ନିଯୁକ୍ତି ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe