ଠକସଂସ୍ଥା ‘ଶସ୍ତ୍ର’ର ସିଏମ୍‌ଡି, ଏମ୍‌ଡି ଓ ୨ କର୍ମଚାରୀଙ୍କୁ ଜେଲ ଦଣ୍ଡାଦେଶ

Advertisment

୨୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ ଅଭିଯୋଗ

୨୧ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଆତ୍ମସାତ ଅଭିଯୋଗ

ଠକସଂସ୍ଥା ‘ଶସ୍ତ୍ର’ର ସିଏମ୍‌ଡି, ଏମ୍‌ଡି ଓ ୨ କର୍ମଚାରୀଙ୍କୁ ଜେଲ ଦଣ୍ଡାଦେଶ

photo-oneindia

ବାଲେଶ୍ବର: ଠକ୍ ସଂସ୍ଥା ଶସ୍ତ୍ର ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ବିରୋଧରେ ଚାଲିଥିବା ମାମଲାରେ ଆଜି ସଂସ୍ଥାର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବି ମଲ୍ଲିକାର୍ଜ୍ଜୁନ ରାଜୁ ଓ ପରିଚାଳନା ନିର୍ଦ୍ଦେଶକ ଭି ସମ୍ପଥ୍‌ଙ୍କୁ ବାଲେଶ୍ବର ଓପିଆଇଡି କୋର୍ଟ ଦଣ୍ଡଶୁଣାଣି କରିଛନ୍ତି। ଉଭୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ ସହ ୪ ଲକ୍ଷ ୨୧ ହଜାର ଟଙ୍କା ଲେଖାଏଁ ଜରିମାନା ଦେବାକୁ ପଡ଼ିବ। ସେହିପରି ଏହି ମାମଲାରେ ସମ୍ପୃକ୍ତ ଥିବା ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କୁଶୁଡ଼ା ଗ୍ରାମର ସଦାଶିବ ନାୟକ ଓ ତକତପୁର ଅଞ୍ଚଳର ତପନ କୁମାର ବାରିକଙ୍କୁ ୩ ବର୍ଷ ଜେଲ ଏବଂ ୬୦ ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି ଓପିଆଇଡି କୋର୍ଟର ବିଚାରପତି ବିଶ୍ବଜିତ ଦାସ।

୨୦୧୦ ମସିହା ନଭେମ୍ବର ୨ ତାରିଖରେ କ୍ଷୀରୋଦ ଚନ୍ଦ୍ର ବାରିକ ନାମକ ଜଣେ ଜମାକାରୀ ବାରିପଦା ଟାଉନ ଥାନାରେ ଶସ୍ତ୍ର ଏଣ୍ଟରପ୍ରାଇଜେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର କର୍ତ୍ତୃପକ୍ଷଙ୍କ ବିରୋଧରେ ଏତଲା ଦେଇଥିଲେ। ପୁଲିସ କେସ୍‌ ନମ୍ବର ୩୦୧/୨୨ରେ ମାମଲା ରୁଜୁ ଉକ୍ତ ସଂସ୍ଥା ବିରୋଧରେ ଯେତେବେଳେ ତଦନ୍ତ ଆରମ୍ଭ କରିଥିଲା ସେତେବେଳେ ଜମାକାରୀଙ୍କର କୋଟି କୋଟି ଟଙ୍କା ଏହି ସଂସ୍ଥା ଠକିଥିବା ଜଣାପଡ଼ିଥିଲା। ଫଳରେ ସିଆଇଡି, କ୍ରାଇମ୍‌ବ୍ରାଞ୍ଚ୍‌ କଟକ ଏବଂ ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ବରକୁ ଏହି ମାମଲା ହସ୍ତାନ୍ତର କରାଯାଇଥିଲା। ତଦନ୍ତ ବେଳେ ଉକ୍ତ ସଂସ୍ଥା କେବଳ ମୟୂରଭଞ୍ଜ ଜିଲ୍ଲାରୁ ୧୩୫୭ ଜଣ ଜମାକାରୀଙ୍କ ଠାରୁ ୪ କୋଟି ୮ ଲକ୍ଷ ୩୦ ହଜାର ଟଙ୍କା ଏବଂ ସମଗ୍ର ରାଜ୍ୟରୁ ୧୦୩୨୭ ଜଣ ଜମାକାରୀଙ୍କ ୨୧ କୋଟି ୯୩ ‌ଲକ୍ଷ ୫୦ ହଜାର ଟଙ୍କା ଆତ୍ମସାତ୍‌ କରିଥିବା ପ୍ରମାଣ ମିଳିଥିଲା।

ଏହାପ‌ରେ କ୍ରାଇମବ୍ରାଞ୍ଚ୍‌ ଏବଂ ଇଓଡବ୍ଲୁ ସଂସ୍ଥାର ସିଏମ୍‌ଡି ବି ମଲ୍ଲିକାର୍ଜ୍ଜୁନ ରାଜ୍ଜୁ, ଏମ୍‌ଡି ଭି ସମ୍ପଦ ଏବଂ ଅନ୍ୟ ୩ କର୍ମଚାରୀଙ୍କ ବିରୋଧରେ ଚାର୍ଜସିଟ୍‌ କଲେ। ଆଜି ମାନ୍ୟବର ବିଚାରପତି ଶ୍ରୀ ଦାସ ଏହି ମାମଲାରେ ୫୭ ଜଣ ସାକ୍ଷୀ ଓ ୭୯ ଦସ୍ତାବିଜ୍‌କୁ ଭିତ୍ତି କରି ରାୟ ଶୁଣାଇଥିଲେ। ସୂଚନା ଥାଉକି, ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କର ମଧ୍ୟ ଏହା ଏକ ଟାର୍ଗେଟ୍‌ କେସ୍‌ ଥିଲା। ଏହି ମାମଲାରେ ଅନ୍ୟତମ ଅଭିଯୁକ୍ତ ଥିବା ଡ. ପାର୍ଥସାରଥୀ ଜେନାଙ୍କୁ କୋର୍ଟ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ଏହି ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe