ଦୟନୀୟ ସ୍ଥିତିରେ ଜେଲ୍‌ ଚିକିତ୍ସା ବ୍ୟବସ୍ଥା: ୨୦ ହଜାର କଏଦୀଙ୍କୁ ୩୨ ଡାକ୍ତର

Advertisment

୭୯୨ ମାନସିକ ରୋଗୀଙ୍କ ଦାୟିତ୍ବରେ ଜଣେ ଡାକ୍ତର

୭୯୨ ମାନସିକ ରୋଗୀଙ୍କ ଦାୟିତ୍ବରେ ଜଣେ ଡାକ୍ତର

ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

କଟକ : ରାଜ୍ୟରେ ୮୮ ଜେଲ୍‌ରେ ଚିକିତ୍ସା ବ୍ୟବସ୍ଥା ଏଭଳି ବିପର୍ଯ୍ୟସ୍ତ ହୋଇପଡ଼ିଛି ଯେ କଏଦୀ ଡାକ୍ତରୀ ଚିକିତ୍ସା ପାଇଁ ବିକଳ ହେଉଛନ୍ତି। ୧୯ ହଜାର ୭୯୯ ଜଣ କଏଦୀଙ୍କୁ ଚିକିତ୍ସା କରିବାକୁ ଅଛନ୍ତି ମାତ୍ର ୩୪ ଜଣ ଡାକ୍ତର। କରୋନା ପରେ ଜେଲ୍‌ରେ ମାନସିକ ରୋଗୀ ସଂଖ୍ୟା ବୃଦ୍ଧି ପାଇ ୭୯୨ରେ ପହଞ୍ଚିଛି। ଏତେସଂଖ୍ୟକ ରୋଗୀଙ୍କୁ ଚିକିତ୍ସା କରିବା ପାଇଁ କିନ୍ତୁ ଜଣେ ମାନସିକ ରୋଗ ଡାକ୍ତର ଅଛନ୍ତି। ବିପିଆରଡି(ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ)ର ନୂଆ ନିର୍ଦ୍ଦେଶାବଳୀ ଆଧାରରେ ଓଡ଼ିଶା ସରକାର ଜେଲରେ ଡାକ୍ତର ପଦବି ସଂଖ୍ୟା ତରବରିଆ ବୃଦ୍ଧି କରି ଦେଇଛନ୍ତି। କିନ୍ତୁ, ଡାକ୍ତର ନିଯୁକ୍ତି ହୋଇନାହିଁ। ଚିକିତ୍ସା ଭଳି ମୌଳିକ ସୁବିଧା କଏଦୀଙ୍କୁ ଯୋଗାଇ ନପାରି ବିପିଆରଡିକୁ କେବଳ ଅନ୍ଧାରରେ ରଖିଛନ୍ତି ସରକାର।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧୀନରେ କାର୍ଯ୍ୟ କରୁଥିବା ବିପିଆରଡି(ବ୍ୟୁରୋ ଅଫ୍ ପୁଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ) ୨୦୨୦ ସେପ୍ଟେମ୍ବର ୨୮ ତାରିଖରେ ଜାରି କରିଥିବା ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ରାଜ୍ୟରେ ଜେଲ୍‌ଗୁଡ଼ିକୁ ‘ଏ’ ଓ ‘ବି ଦୁଇଟି ଶ୍ରେଣୀରେ ଭାଗ କରାଯାଇଛି। ୩୦ରୁ ଅଧିକ ବେଡ୍ ଥିବା ଜେଲ୍‌ର ଡାକ୍ତରଖାନାକୁ ‘ଏ’ ଶ୍ରେଣୀଭୁକ୍ତ କରାଯାଇଛି। ଏହି ଶ୍ରେଣୀର ଜେଲ୍‌ରେ ୩ ଜଣ ଡାକ୍ତର, ୩ ଜଣ ନର୍ସ, ୪ ଜଣ ଫାର୍ମାସିଷ୍ଟ, ୩ ଜଣ ନର୍ସିଂ ଆଟେଣ୍ଡାଣ୍ଟ, ଜଣେ ସାଇକ୍ରିଆଟିକ୍ ଡାକ୍ତର, ୨ ଜଣ ଲାବୋରେଟୋରି ଟେକ୍ନିସିଆନ୍ ରହିବେ। ସେହିଭଳି ୩୦ରୁ କମ୍ ବେଡ୍ ଥିବା ଜେଲ୍‌ର ଡାକ୍ତରଖାନାକୁ ‘ବି’ ଶ୍ରେଣୀଭୁକ୍ତ କରାଯାଇଥିବା ବେଳେ ସେଠାରେ ୨ ଜଣ ଡାକ୍ତର, ଦୁଇ ଜଣ ନର୍ସ, ୩ ଜଣ ଫାର୍ମାସିଷ୍ଟ, ୨ ଜଣ ନର୍ସିଂ ଆଟେଣ୍ଡାଣ୍ଟ, ଜଣେ ଲେଖାଏ ସାଇକ୍ରିଆଟିକ୍ ଡାକ୍ତର, ଜଣେ ଲାବୋରେଟୋରି ଟେକନିସିଆନ୍ ରହିବା ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଓଡ଼ିଶାର ଜେଲ୍ ବିଭାଗ ନିକଟରେ ରହିଛି।

publive-image BioSpectrum Asia

କିନ୍ତୁ, ରାଜ୍ୟରେ ସ୍ଥିତି ସଂଗିନ। ଜେଲରେ ୧୯ ହଜାର ୭୯୯ କ୍ଷମତା(ପୁରୁଷ ୧୭ ହଜାର ୯୫୭ ଏବଂ ମହିଳା ୧୮ ଶହ ୪୨) ଥିବାବେଳେ ବିପିଆରଡିର ନିର୍ଦ୍ଦେଶାବଳୀ ଆଧାରରେ ବର୍ତ୍ତମାନ ଜେଲ୍ ଡାକ୍ତରଖାନାର ଡାକ୍ତର ଓ ଡାକ୍ତରଖାନାର ସଂଖ୍ୟା କଏଦୀଙ୍କ ଅନୁପାତରେ ନାହିଁ। ଜେଲ୍ ବିଭାଗ ବ୍ରିଟିସ୍ ଅମଳର ଜେଲ୍ ମାନୁଆଲକୁ ଜାବୁଡ଼ି ବସିଛି। ବିପିଆରଡିର ନୂଆ ନିର୍ଦ୍ଦେଶାବଳୀ ଆଧାରରେ, ରାଜ୍ୟରେ ଡାକ୍ତର ମଞ୍ଜୁରୀ ପଦବି ୧୦୮ ଥିବାବେଳେ ୩୪ ଜଣ ଡାକ୍ତର ଅଛନ୍ତି। ଫାର୍ମାସିଷ୍ଟ ମଞ୍ଜୁରିପ୍ରାପ୍ତ ପଦବି ୮୬ ଥିବା ବେଳେ ୬୧ ଜଣ ଅଛନ୍ତି। ମାନସିକ ରୋଗ ଡାକ୍ତର ପଦବି ୪ ଥିବା ବେଳେ ଅଛନ୍ତି ଚୌଦ୍ବାର ସର୍କଲ ଜେଲରେ ଜଣେ। ପୁରୁଷ ନର୍ସ ୭ଟି ପଦବି ଥିବାବେଳେ ୩ ଜଣ ଅଛନ୍ତି।

ଓଡ଼ିଶାରେ କୌଣସି ଜେଲରେ ପାଥୋଲାବ୍ ନାହିଁ କି ଲାବୋରେଟୋରି ଟେକନିସିଆନ୍ ବି ନାହାନ୍ତି। ଅସୁସ୍ଥ କଏଦୀଙ୍କ ମଳ, ମୂତ୍ର, ରକ୍ତ, ଏକ୍ସରେ ଇତ୍ୟାଦି ପରୀକ୍ଷା ପାଇଁ କଏଦୀଙ୍କୁ ସୁରକ୍ଷା ବଳୟ ଭିତରେ ଘରୋଇ ପାଥୋଲାବ୍ କିମ୍ବା ସରକାରୀ ଡାକ୍ତରଖାନାକୁ ନିଆଯାଉଛି। ଜେଲ୍ ବିଭାଗ କଏଦୀଙ୍କୁ ସ୍ଥାନାନ୍ତର କରିବାରେ ଅଯଥା ପରିବହନ ବାବଦରେ ଖର୍ଚ୍ଚାନ୍ତ ହେଉଥିବା ବେଳେ ପୁଲିସ ବଳ ଅଯଥାରେ ଅପଚୟ ହେଉଛି।

ରାଜ୍ୟରେ ଜଣେ ମାତ୍ର ମାନସିକ ରୋଗ ବିଭାଗ ଡାକ୍ତର ଚୌଦ୍ବାର ସର୍କଲ ଜେଲରେ ଅଛନ୍ତି। ଅନ୍ୟ କୌଣସି ଜେଲ୍‌ରେ ନାହାନ୍ତି। ଏହି ଡାକ୍ତର ଏବେ ଯୁଗ୍ମ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି ପାଇଲେଣି। ଏକୁଟିଆ ଦୀର୍ଘବର୍ଷ ହେବ ରାଜ୍ୟର ସମସ୍ତ ଜେଲ୍‌ର ମାନସିକ ରୋଗୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବୁଝୁଛନ୍ତି। ଚୌଦ୍ବାରର ଚଳିତ ସପ୍ତାହର ତଥ୍ୟ ଅନୁଯାୟୀ, ଏହି ଡାକ୍ତରଙ୍କ ପାଖରେ ୭୭ ଜଣ ମାନସିକ ରୋଗୀ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe