ଆଜି ଓଡ଼ିଶା ପ୍ରବେଶ କରିବେ ଜୈନ ତେରାପନ୍ଥ ଆଚାର୍ଯ୍ୟ ମହାଶ୍ରମଣ

Advertisment
ଆଜି ଓଡ଼ିଶା ପ୍ରବେଶ କରିବେ ଜୈନ ତେରାପନ୍ଥ ଆଚାର୍ଯ୍ୟ ମହାଶ୍ରମଣ

ଭୁବନେଶ୍ୱର : ୨୦୧୪ ନଭେମ୍ବରରୁ ଦୁଇ ଶହ ସାଧୁଙ୍କୁ ନେଇ ଅହିଂସା ଯାତ୍ରା ଆରମ୍ଭ କରିଥିବା ଜୈନ ତେରାପନ୍ଥ ଆଚାର୍ଯ୍ୟ ମହାଶ୍ରମଣ ଗୁରୁବାର ଓଡ଼ିଶାର ରାଇରଙ୍ଗପୁରରେ ପ୍ରବେଶ କରିବେ। ଆଚାର୍ଯ୍ୟ ମହାଶ୍ରମଣଙ୍କ ଆଗମନ ଉପଲକ୍ଷେ ଓଡ଼ିଶାରେ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଉଛି। ଏହି ଉତ୍ସବରେ ବିଧାନସଭା ବାଚସ୍ପତି ସାନନ୍ଦ ମାରାଣ୍ଡି, ମନ୍ତ୍ରୀ ରମେଶ ମାଝୀ, ବିଧାୟକ ବିଜୟ କୁମାର ନାୟକ ଓ ମଙ୍ଗଳ ସିଂହ ମୋଦି ଏବଂ ଭୁବନେଶ୍ୱର କଟକ ଓ ରାଉରକେଲାର ଶତାଧିକ ଜୈନ ଅନୁଗାମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସ୍ଥାନୀୟ ତେରାପନ୍ଥ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ‘ଆଚାର୍ଯ୍ୟ ମହାଶ୍ରମଣ ପ୍ରବାସ ବ୍ୟବସ୍ଥା ସମିତି’ର ସଭାପତି ପ୍ରକାଶ ଚନ୍ଦ୍ର ବେତାଲା ସୂଚନା ଦେଇଛନ୍ତି।

ସମ୍ବର୍ଦ୍ଧନା ଉତ୍ସବ ପରେ ଆଚାର୍ଯ୍ୟ ମହାଶ୍ରମଣ ନିଜ ଅନୁଗାମୀମାନଙ୍କ ସହ ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୦୦ ଦିନ ଧରି ଏହି ଅହିଂସା ପଦଯାତ୍ରା ଚାଲୁରଖିବେ। ସମାଜକୁ ଅହିଂସାର ବାର୍ତ୍ତା ବାଣ୍ଟିବା ତଥା ସଦ୍‌ଭାବନା, ନୈତିକତା ଓ ନିଶାମୁକ୍ତିର ଜ୍ଞାନ ଦେବା ଏହି ପଦଯାତ୍ରା ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଗତ ୩ ବର୍ଷ ତଳେ ଦିଲ୍ଲୀର ଲାଲ୍‌କିଲ୍ଲାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ଦେଶର ୧୮ଟି ରାଜ୍ୟ ସହ ଭୁଟାନ୍‌ ଓ ନେପାଳର ପାଖାପାଖି ୪୫ ହଜାର କି.ମି ଯାତ୍ରା ସମ୍ପୂର୍ଣ୍ଣ କରିସାରିଛି। ସାମ୍ବାଦିକ ସମ୍ମିଳନୀରେ ସୁବାସ ଭୋରା ଓ ମନ୍‌ସୁଖ୍‌ ସେଠିଆ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe