ନବୀନ ଓଜନିଆ, କେହି ଟେକି ପାରିବେନି : ଜୟ ନାରାୟଣଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ପ୍ରମିଳା

ନବୀନ ଓଜନିଆ, କେହି ଟେକି ପାରିବେନି :  ଜୟ ନାରାୟଣଙ୍କ ମନ୍ତବ୍ୟର କଡ଼ା ଜବାବ ଦେଲେ ପ୍ରମିଳା

ଭୁବନେଶ୍ବର : ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗୁରୁବାରଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡ଼ି ସରକାରକୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ନବୀନଙ୍କୁ ବଙ୍ଗୋପସାଗରକୁ  ଫିଙ୍ଗି ଦେବା । ଏହାର କଡ଼ା ଜବାବ ଦେଇ ବିଜେଡ଼ି ନେତ୍ରୀ ପ୍ରମିଳା ମଲ୍ଲିକ କହିଛନ୍ତି ନବୀନ ଓଜନିଆ, ତାଙ୍କୁ ଟେକି ପାରିବେ ନାହିଁ ।

ଭୁବନେଶ୍ବରରେ ଅନୁଷ୍ଠିତ ବିଜେପିର ଶକ୍ତି କେନ୍ଦ୍ର କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ଜୟନାରାଣ କହିଥିଲେ, ୨୨ ବର୍ଷରେ ସିଏ ଓଡିଶା ପାଇଁ କିଛି କରି ନାହାନ୍ତି । ମୁଖ୍ୟମନ୍ତ୍ରୀ ଓଡିଶାର ସାଧକ ନୁହେଁ, ଓଡିଶା ପାଇଁ ବାଧକ । ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଓ ନାରୀ ନିର୍ଯାତନାରେ ଓଡିଶା ଏକ ନମ୍ବର । ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ନମ୍ବର । ସେ ଏହି ଏକ ନମ୍ବର ପୁରସ୍କାର କେମିତି ପାଉଛନ୍ତି ରାଜ୍ୟବାସୀ ଜାଣିଛନ୍ତି । ଆପଣ ମାନେ ସବୁ ଏକ ହୁଅନ୍ତୁ, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ବଙ୍ଗୋପସାଗରରେ ଫିଙ୍ଗି ଦେବା । ଏ ସରକାରକୁ ଭାଙ୍ଗି ଓଡିଶାରେ ବିଜେପି ସରକାର ଗଠନ କରିବା ବୋଲି ସେ କହିଛନ୍ତି  ।

ସେପଟେ ଜୟ ନାରାଣୟଙ୍କୁ କଡ଼ା ଜବାବ ଦେଇଛନ୍ତି  ପ୍ରମିଳା  । ସେ କହିଛନ୍ତି  ନବୀନଙ୍କ ଓଜନ ଏତେ ସେ  ନବୀନଙ୍କୁ ଟେକି ପାରିବେନି। ଟେକିକି ନେଇ ପାରିବେନି କି ଫୋପାଡି ପାରିବେନି। ସମ୍ବଲପୁର ପାହାଡିଆ ଅଂଚଳରୁ ମହାସାଗର ପର୍ଯ୍ୟନ୍ତ ସେ ଚାଲିଲି ଆସି ପାରିବେନି। ତାଙ୍କ ସ୍ବାସ୍ଥ୍ୟ ଠିକ୍ ନାହି। ନବୀନଙ୍କୁ ଟେକି ଫୋପଡ଼ିବାର ସତସାହାସ ନାହିଁ । ୨୦୨୪ ରେ ବି ସେମାନେ ହତାଶ ହେବେ  ହତାଶ ହେବେ। ସମସ୍ତେ ନବୀନଙ୍କ ସହ ଅଛନ୍ତି । ଓଡ଼ିଶାର ଲୋକ ନବୀନଙ୍କ ସହ ଅଛନ୍ତି। ବିକାଶ ଧାରାରେ ସାମିଲ ହୋଇଛନ୍ତି ନବୀନ । ସେମାନେ ସମାଲୋଚନାର ସମାଲୋଚନା ବ୍ୟସ୍ତ ରୁହନ୍ତୁ । ନବୀନ ଓଡ଼ିଶାର ଉନ୍ନତି କରି ଚାଲିବ। ୨୦୧୯ ରେ ବିଜେପି ପୋଷ୍ଟର ମାରିବା ୧୨୦। କିନ୍ତୁ ପଦ୍ମ ଫୁଟିଲାନି। କଂଗ୍ରେସ କହିଲା ହାତ ଉଠିବ କାହିଁକି ଉଠିଲାନି। ଚାରିଆଡ଼େ ଖାଲି ବାଜିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe