ଜୟପୁର-ଭୁବନେଶ୍ବର ବିମାନ ସେବା ପୁଣି ୩ ଦିନ ବାତିଲ୍; ଖରାପ ପାଗ ନା ଯାନ୍ତ୍ରିକ ତ୍ରୁଟି, ଦ୍ବନ୍ଦ୍ବରେ ଯାତ୍ରୀ

Advertisment

ଅଗଷ୍ଟରେ ଉଡ଼ିବ ମାତ୍ର ୧୫ ଦିନ

ଅଗଷ୍ଟରେ ଉଡ଼ିବ ମାତ୍ର ୧୫ ଦିନ

ଜୟପୁର-ଭୁବନେଶ୍ବର: ଅକ୍ଟୋବରରୁ ଦ୍ବିତୀୟ ବିମାନ

ଜୟପୁର : ନିୟମିତ ହୋଇପାରୁନି ଜୟପୁର-ଭୁବନେଶ୍ବର ବିମାନ ଉଡ଼ାଣ। ‌କେବେ ପାଗ ଖରାପ ତ କେବେ ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ବାତିଲ୍ ହେଉଛି। ଜୁଲାଇରେ ଅଧା ଦିନ ଉଡ଼‌ାଣ ଭରିନଥିବା ବିମାନ ଆଜି ବି ବାତିଲ୍ ରହିଥିଲା। ଏଥି ସହିତ ୨୯ ଓ ୩୧ ତାରିଖରେ ଚଳାଚଳ ନ କରିବା ନେଇ ଘୋଷଣା କରିଛନ୍ତି ଇଣ୍ଡିଆ ୱାନ୍ ଏୟାର୍ କର୍ତ୍ତୃପକ୍ଷ। ସେହିପରି ଅଗ‌ଷ୍ଟରେ ମଧ୍ୟ ୧୫ ଦିନ ହିଁ ବିମାନ ଉଡ଼ାଣ ଭରିବ ବୋଲି କମ୍ପାନିର ଟିକେଟ୍ ବୁକିଂ ୱେବସାଇଟରୁ ଜଣାପଡ଼ିଛି।

ଅଗଷ୍ଟ ମାସରେ ମାତ୍ର ୧୬ ଦିନ ହିଁ ବିମାନ ଚାଲିବ। ଟିକେଟ୍ ବୁକିଂ ସାଇଟ୍‌ରେ ଅଗଷ୍ଟ ୨, ୩, ୪, ୫, ୬ ତାରିଖରେ ବିମାନ ଉଡ଼ାଣ ଭରିବା ନେଇ ଦେଖାଉଛି। ଏହା ପରେ ୭ ଓ ୮ ତାରିଖ ଚଳାଚଳ ନ କରି ପୁଣି ୯, ୧୦, ୧୩ ,୧୬, ୧୭, ୨୦, ୨୩, ୨୪, ୨୭, ୩୦ ଓ ୩୧ତାରିଖରେ ଟିକେଟ ସଂରକ୍ଷଣ ପାଇଁ ସାଇଟ୍ ଖୋଲା ରହିଛି। ବର୍ଷା ପ୍ରଭାବରେ ଅଧିକାଂଶ ଦିନ ଜୟପୁର ଆକାଶ ମେଘାଚ୍ଛନ୍ନ ରହୁଛି। କୁଣ୍ଡା ଝଡ଼ା ବର୍ଷା ଲାଗି ରହୁଥିବାରୁ ବିମାନ ଲ୍ୟାଣ୍ଡିଂ ଓ ଟେକ୍‌ଅପ୍‌ରେ ସମସ୍ୟା ସୃଷ୍ଟି ହେଉଛି। ବହୁ ସମୟରେ ବିମାନ ଜୟପୁର ବିମାନ ବନ୍ଦର ନିକଟରେ ପହଞ୍ଚିବା ପରେ ଓହ୍ଲାଇବା ପାଇଁ ଅନୁମତି ମିଳିପାରୁନି।

ଜୁଲାଇ ୧୫ ତାରିଖରେ ବିମାନଟି ସହର ଉପରେ ଛଅ ଚକ୍କର କାଟିବା ପରେ ଲ୍ୟାଣ୍ଡିଂ ନ କରି ପାଇଲଟ୍ ପୁଣି ବିମାନକୁ ଭୁବନେଶ୍ବରକୁ ଫେରାଇ ନେଇଥିଲେ। ଜୟପୁରରୁ ବିଶା‌ଖାପାଟଣା, ବିଶାଖାପାଟଣାରୁ ଜୟପୁର ଓ ଜୟପୁରରୁ ଭୁବନେଶ୍ବର ଯିବା ପାଇଁ ଯାତ୍ରୀମାନେ ଟିକେଟ୍ କାଟି ବିମାନକୁ ଅପେକ୍ଷା କରୁଥିବା ବେଳେ ସେବା ନ ପାଇ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଗତ ୨୮ ଦିନ ମଧ୍ୟରେ ଏଭଳି ୧୦ ଥର ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଇଣ୍ଡିଆ ୱାନ୍ ଏୟାର କିଣିଥିବା ୩ଟି ବିମାନ ଜାମସେଦପୁର, କୋଲକାତା ସହ ଜୟପୁର-ଭୁବନେଶ୍ବର, ଜୟପୁର-ବିଶାଖାପାଟଣାକୁ ଉଡ଼ାଣ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe