ଜୟପୁର ଉପଖଣ୍ଡ କାରଗାରରେ ବିଶ୍ବ ମାନବିକ ଅଧିକାର ଦିବସ ଏବଂ ପ୍ରତିଷ୍ଠା ଦିବସ ପାଳିତ

Advertisment
ଜୟପୁର ଉପଖଣ୍ଡ କାରଗାରରେ ବିଶ୍ବ ମାନବିକ ଅଧିକାର ଦିବସ ଏବଂ ପ୍ରତିଷ୍ଠା ଦିବସ ପାଳିତ

ଜୟପୁର : ଜୟପୁର ଉପଖଣ୍ଡ କାରାଗାର ପରିସରରେ ବିଶ୍ବ ମାନବିକ ଅଧିକାର ଦିବସ ସହ କାରାଗାର ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏହି ଅବସରରେ ପୂର୍ବରୁ ଜେଲ ପରିସରରେ କର୍ମଚାରୀଙ୍କ ଦ୍ବାରା ସ୍ବେଚ୍ଛାକୃତ ରକ୍ତଦାନ ଶିବିର, ଅନ୍ତେବାସୀଙ୍କ ଦ୍ବାରା ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଜେଲ ଅଧିକ୍ଷକ ଲଲିତେନ୍ଦୁ ଭୁଷଣ ଦାଶ ଏହି ଦିବସର ସଭାକୁ ସଭାପତିତ୍ବ କରିବା ସହ ମଂଚ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦେବେନ୍ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଦୌରାଜଜ୍ କୋର୍ଟର ରେଜିଷ୍ଟ୍ରାର ଶୁଭ ଗୌତମ ମିଶ୍ର, ସମାଜସେବୀ ମନୋଜ ଆଚାର୍ଯ୍ୟ ଯୋଗ ଦେଇଥିଲେ।

publive-image

ଜେଲ ଅଧିକ୍ଷକ ଓ କର୍ମଚାରୀ ମାନେ ଜେଲ ସଂସ୍କାର କାର୍ଯ୍ୟକ୍ରମକୁ ସଫଳ ରୁପାୟନ କରି ଅନ୍ତେବାସୀଙ୍କ ମଧ୍ୟରେ ବ୍ୟାପକ ପରିବର୍ତ୍ତନ ଆଣିବା ଦିଗରେ ବଳିଷ୍ଠ ପଦକ୍ଷେପ ନେଇଛନ୍ତି ବୋଲି ଅତିଥି ମାନେ କହିଥିଲେ। ଜେଲର ରୁପରେଖରେ ପରିବର୍ତ୍ତନ ସହ ଅନ୍ତେବାସୀଙ୍କ ଶୃଙ୍ଖଳାକୁ ନେଇ ଅତିଥି ମାନେ ଭୁୟସୀ ପ୍ରଶଂସା କରିଥିଲେ। ଜିଲ୍ଲାପ୍ରଶାସନ ପକ୍ଷରୁ ତୁରନ୍ତ ଉପକାରାଗାର ପାଇଁ ଆମ୍ବୁଲାନସ୍ ଯୋଗାଇବା ଏବଂ ଛୋଟ ଡାକ୍ତରଖାନା ରହିଥିବାରୁ ଏହାର ଆକାର ଯେଭଳି ବଡ଼ ହେବ ସେ ଦିଗରେ ପ୍ରଶାସନ ସହଯୋଗ କରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରତିଶ୍ରୃତି ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଥିଲେ। କର୍ମଚାରୀ ମାନଙ୍କୁ ଏହି ଅବସରରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ।

publive-image

ଏହି ଅବସରରେ ଜେଲ ଆଇଜିଙ୍କ ନିର୍ଦେଶରେ ବାର୍ଷିକ ପତ୍ରିକା ‘ସଂସ୍କାର’କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ଏଥିରେ ଅନ୍ତେବାସୀ ମାନଙ୍କ ଦ୍ବାରା ଲିଖିତ କବିତା, ଗଳ୍ପ ଆଦି ସ୍ଥାନ ପାଇଛି। ଏହା ସହ ଗତ ବର୍ଷକ ମଧ୍ୟରେ ଜେଲରେ ହୋଇଥିବା ବିଭିନ୍ନ ସଂସ୍କାର ଓଉନ୍ନୟନମୂଳକ କାର୍ଯ୍ୟକ୍ରମର ଫଟୋ ଚିତ୍ର ଓ ବାର୍ଷିକ ବିବରଣୀ ବି ଉଲ୍ଲେଖ ରହିଥିବା ସୂଚନା ମିଳିଛି। ଏହି ଅବସରରେ ଅନ୍ତେବାସୀ ମାନେ ଏକ ଗିତି ନାଟ୍ୟ ‘ଦସ୍ୟୁ ରତ୍ନାକର ’ ମଂଚସ୍ଥ କରିଥିଲେ। ଏହାକୁ ବିଶିଷ୍ଟ କଳାକାର ପଂଚାନନ ମିଶ୍ର, ମହମ୍ମଦ ସରିଫ, ନିରଂଜନ ପାଣିଗ୍ରାହୀ ପ୍ରମୁଖ ନିର୍ଦେଶନା ଆଦି ଦେଇଥିଲେ। ସମାଜସେବୀ କାର୍ତ୍ତିକ ରାଉତ ଏଥିରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe