ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦମ୍ପତିଙ୍କ ଉପରେ ଓଲଟି ପଡ଼ିଲା କ୍ରୋମାଇଟ ବୋଝେଇ ଟ୍ରକ, ଅସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଲେ

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦମ୍ପତିଙ୍କ ଉପରେ ଓଲଟି ପଡ଼ିଲା କ୍ରୋମାଇଟ ବୋଝେଇ ଟ୍ରକ, ଅସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଲେ

ଯାଜପୁର: ଯାଜପୁର କଳିଙ୍ଗନଗର ଥାନା ପଙ୍କପାଳ ବଙ୍ଗଳା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍‌ରେ ଯାଉଥିବା ଦମ୍ପତିଙ୍କ ଉପରେ କ୍ରୋମାଇଟ୍‌ ବୋଝେଇ ଟ୍ରକ୍‌ ଓଲଟି ପଡିଥିଲା। ଫଳରେ ବାଇକ୍‌ଟି ଟ୍ରକ୍‌ ତଳେ ଚାପି ହୋଇ ଯାଇଥିବା ବେଳେ ଉକ୍ତ କ୍ରୋମାଇଟ ଭିତରେ ସମ୍ପୂର୍ଣ୍ଣ ପୋତି ହୋଇ ଯାଇଥିଲେ ଦମ୍ପତି। ସୌଭାଗ୍ୟବଶତଃ ଆସନ୍ନ ମୃତ୍ୟୁରୁ ବର୍ତ୍ତି ଯାଇଛନ୍ତି ଦମ୍ପତି।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟଲୋକେ ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ରୋମାଇଟ ଭିତରୁ ଜୀବନମରଣ ସହ ସଂଗ୍ରାମ କରୁଥିବା ଏହି ଦମ୍ପତିଙ୍କୁ ଉଦ୍ଧାର କରି ସ୍ଥାନୀୟ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା ଲାଗି ଭର୍ତ୍ତି କରିିଥିଲେ। ଏହାପରେ ଗୁରୁତର ଅବସ୍ଥାରେ ଦମ୍ପତିଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।

publive-image

ତେବେ ସ୍ୱାମୀ, ସ୍ତ୍ରୀ ଉଭୟଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଉକ୍ତ ବ୍ୟକ୍ତିଙ୍କର ଗୋଡ ୨ଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଏହି ଦମ୍ପତି ତାଳଜଙ୍ଗା ଗ୍ରାମର ବୋଲି ଜଣାପଡିଛି। ତେବେ ଟ୍ରକ ଚାଳକ ଦୁର୍ଘଟଣା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଘଟଣାର ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe