ଯାଜପୁର ଜିଲ୍ଲାର ଜାରକା ନିକଟରେ ଦୁଇଟି ମର୍ମନ୍ତୁଦ ଦୁଘର୍ଟଣା: ଆମ୍ବୁଲାନ୍ସ ଧକ୍କାରେ ଶିକ୍ଷକଙ୍କର ମୃତ୍ୟୁ

ଆମ୍ବୁଲାନ୍ସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଆହତ

ଯାଜପୁର ଜିଲ୍ଲାର ଜାରକା ନିକଟରେ ଦୁଇଟି ମର୍ମନ୍ତୁଦ ଦୁଘର୍ଟଣା: ଆମ୍ବୁଲାନ୍ସ ଧକ୍କାରେ ଶିକ୍ଷକଙ୍କର ମୃତ୍ୟୁ

ଧର୍ମଶାଳା: ଯାଜପୁର ଜିଲ୍ଲାର ଜାରକା ନିକଟରେ ଦୁଇଟି ମର୍ମନ୍ତୁଦ ଦୁଘର୍ଟଣା ଘଟିଛି। ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜାରକା ନିକଟରେ ଏକ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଜଣକ ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟୀ ଗାଁର ଜିତେନ୍ଦ୍ର ବେହେରା(୨୬)ବୋଲି ଜଣାପଡ଼ିଛି। ସେ ଏକ ବେସରକାରୀ ବିଦ୍ୟାଳୟର ଜଣେ ଶିକ୍ଷକ ବୋଲି ବି ଜଣାଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ଜିତେନ୍ଦ୍ର ବେହେରା ନିଜ ଗାଁରୁ ଜାରକା ଅଭିମୁଖେ କୌଣସି ଜରୁରୀ କାମରେ ବାଇକ୍ ଯୋଗେ ଯାଉଥିଲେ। ସେ ଜାରକା ବଜାର ପାଖରେ ଯାଉଥିବା ସମୟରେ ପଛପଟୁ ଏକ ଦ୍ରୁତଗାମୀ ଆମ୍ବୁଲାନ୍ସ ଧକ୍କା ଦେଇଥିଲା। ଏହାଫଳରେ ଜିତେନ୍ଦ୍ର ଗୁରୁତର ହୋଇଥିଲେ। ତାଙ୍କୁ କେତେକ ଲୋକ ଉଦ୍ଧାର କରି ପ୍ରଥମେ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ତାଙ୍କୁ କଟକର ବଡ଼ ମେଡିକାଲକୁ ନିଆଯାଉଥିବା ସମୟରେ ବାଟରେ ଜିତେନ୍ଦ୍ର ବେହେରା ମୃତ୍ୟୁ ଘଟିଥିଲା। ଯାଜପୁର ଜିଲ୍ଲାର ବଡ଼ଚଣା ନିକଟରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।

publive-image

ଅପରପକ୍ଷରେ ଆଜି ସକାଳେ ଜାରକା ନିକଟରେ ଏକ ଆମ୍ବୁଲାନ୍ସ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୬ଜଣ ଆହତ ହୋଇ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାଯାଇଛି।
ରାସ୍ତା ଫାଙ୍କା ଥିବା ହେତୁ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଯାଉଥିବା ହେତୁ ଏଭଳି ଦୁର୍ଘଟଣା ଘଟୁଥିବା କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe