ଓଡ଼ିଶା ପୁରୁଷ ରଗ୍‌ବି ଦଳରେ ଯାଜପୁରର ଅଜୟ

ଓଡ଼ିଶା ପୁରୁଷ ରଗ୍‌ବି ଦଳରେ ଯାଜପୁରର ଅଜୟ

ଦଶରଥପୁର : ରଗ୍‌ବି ଇଣ୍ଡିଆ ଦ୍ଵାରା ମହାରାଷ୍ଟ୍ରର ପୁନେ ଠାରେ ଆସନ୍ତା ୧୭ ତାରିଖରୁ ଜାତୀୟ ସିନିୟର୍ ପୁରୁଷ ରଗ୍‌ବି ଚାମ୍ପିଅନସିପ ଆରମ୍ଭ ହେବ। ଏଥିରେ ଓଡ଼ିଶା ଦଳ ପକ୍ଷରୁ ଖେଳିବାକୁ ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍‌ ଛଞ୍ଚିଣା ଗ୍ରାମର  ଜଳଧର ପ୍ରଧାନଙ୍କ ପୁଅ ଅଜୟ ସ୍ଥାନ ପାଇଛନ୍ତି। ସେ ଓଡ଼ିଶା ଦଳ ସହ ୧୬ ତାରିଖରେ ସାମିଲ ହେବେ। ଭୁବନେଶ୍ୱର ବିମାନ ବନ୍ଦରରୁ ପୁନେ ଯାତ୍ରା କରିବେ। ଏଥିପାଇଁ ଅଜୟଙ୍କୁ ଯାଜପୁର ଜିଲ୍ଲା ରଗ୍‌ବି ଫୁଟ୍‌ବଲ୍ ଆସୋସିଏସନ୍ ତରଫରୁ ସଭାପତି ନାରାୟଣ ଚନ୍ଦ୍ର ସାହୁ, ସମ୍ପାଦକ ଭରତ ସାହୁଙ୍କ ସମେତ ସମସ୍ତ ସଭ୍ୟ ଓ ଖେଳାଳି ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe